ମହିଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ ଟ୍ରାନ୍ସଜେଣ୍ଡର, ବିଶ୍ୱ ଆଥଲେଟିକ୍ସ ସଂଘର ବଡ଼ ନିଷ୍ପତି

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡର ମହିଳାମାନେ ଆଉ ମହିଳା ଟ୍ରାକ ଏବଂ ଫିଲ୍ଡ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ। ବିଶ୍ୱ ଆଥଲେଟିକ୍ସର ସଭାପତି ସେବାଷ୍ଟିଆନ୍ କୋ ଗୁରୁବାର କହିଛନ୍ତି ଯେ ଟ୍ରାନ୍ସଜେଣ୍ଡର ମହିଳାମାନଙ୍କୁ ମହିଳା ଟ୍ରାକ ଏବଂ ଫିଲ୍ଡ ଇଭେଣ୍ଟରେ ପ୍ରତିଯୋଗିତା କରିବାକୁ ଅନୁମତି ଦିଆଯିବ ନାହିଁ। ବିଶ୍ୱ ଆଥଲେଟିକ୍ସ ପରିଷଦର ଏକ ବୈଠକ ପରେ କୋଏ କହିଛନ୍ତି ଯେ ପୁରୁଷ କିମ୍ବା ମହିଳା ଟ୍ରାନ୍ସଜେଣ୍ଡର ଆଥଲେଟ୍ମାନଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୩୧ ରୁ ମହିଳା ବିଶ୍ୱ ମାନ୍ୟତା ପ୍ରତିଯୋଗିତାରୁ ବାଦ ଦେବାକୁ ପରିଷଦ ନିଷ୍ପତି ନେଇଛି।

ଗୁରୁବାର ଟ୍ରାନ୍ସଜେଣ୍ଡର ଆଥଲେଟ୍ସ ପ୍ରସଙ୍ଗରେ ଅନୁଷ୍ଠିତ ହୋଇଥିଲା। ଏଠାରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଏବଂ ଜାତୀୟ ଫେଡେରେସନ୍ ସମେତ ହିତାଧିକାରୀଙ୍କ ସହ ବିଶ୍ୱ ଆଥଲେଟିକ୍ସ ପରାମର୍ଶ କରିଥିଲେ। ପରାମର୍ଶଦାତାମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରାନ୍ସଜେଣ୍ଡର ଆଥଲେଟ୍ମାନେ ମହିଳା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ।

କୋଏ କହିଛନ୍ତି ଯେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଟ୍ରାନ୍ସ ମହିଳାମାନଙ୍କୁ ଜୈବିକ ମହିଳାଙ୍କ ପରି ସମାନ ସୁବିଧା ଦିଆଯିବା ଉଚିତ ନୁହେଁ। ତେବେ ଟ୍ରାନ୍ସ ମହିଳାମାନଙ୍କୁ ମହିଳା ବର୍ଗରେ ସାମିଲ କରିବାର ବିକଳ୍ପକୁ ବିଚାର କରିବା ପୂର୍ବରୁ ଏହି ବିଷୟରେ ସେମାନେ ଅଧିକ ପ୍ରମାଣ ଚାହାଁନ୍ତି। ସେ କହିଛନ୍ତି ଯେ ଆମେ କରିଥିବା ନିଷ୍ପତ୍ତି ଆମ ଖେଳର ସ୍ୱାର୍ଥରେ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସବୁଦିନ ପାଇଁ ଏହାକୁ ନା କହୁଛୁ। ବୈଜ୍ଞାନିକ ବିକାଶ ପାଇଁ ଜଣେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଅଧ୍ୟକ୍ଷତାରେ ଏକ ୱର୍କିଙ୍ଗ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି।