ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବରରେ ହେବ ବିଶ୍ବ ସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ

ଭବିଷ୍ୟତରେ ୧୪ ଟି ବ୍ଲକରେ ଉନ୍ନତମାନର ଷ୍ଟାଡିୟମ୍‌ ନିର୍ମାଣ କରିବା ଲକ୍ଷ୍ୟ ରଖାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରିଡା ସହିତ ଜଡିତ ଏକ ବଡ଼ ଘୋଷଣା କରିଛନ୍ତି । ଭୁବନେଶ୍ବରରେ ବିଶ୍ବ ସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍‌ ଟୁର୍ଣ୍ଣାମେଣ୍ଟ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ଏକ ହଜାର କୋଟିର ବଜେଟ୍‌ରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ହେବ ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏବେ ରୌପ୍ୟ ନୁହେଁ, ଗୋଲ୍ଡ ଲେବୁଲ କଣ୍ଟିନେଣ୍ଟାଲ ଆଥଲେଟିକ୍ସ ଆୟୋଜନ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବୁ ।

ଭବିଷ୍ୟତରେ ୧୪ ଟି ବ୍ଲକରେ ଉନ୍ନତମାନର ଷ୍ଟାଡିୟମ୍‌ ନିର୍ମାଣ କରିବା ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ୪ ହଜାର ୧୨୪ କୋଟି ଟଙ୍କା ବ୍ୟବବରାଦ କରାଯାଇଛି ।

ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ଗର୍ବ ଓ ଗୌରବର ବିଷୟ । ଆଗାମୀ ଦିନରେ ଗୋଲ୍ଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଆଶା ରଖିଛୁ ବୋଲି ମୋହନ ମାଝୀ କହିଛନ୍ତି ।