fbpx

ବିଶ୍ୱ ସଙ୍ଗୀତ ଦିବସ: ମାନସିକ ଚାପ ଓ ଉତ୍ତମ ସ୍ୱାସ୍ଥ୍ୟପାଇଁ ଶୁଣନ୍ତୁ ସଙ୍ଗୀତ

Advertisement

ନୂଆଦିଲ୍ଲୀ: ସଙ୍ଗୀତ ଭଳି ଏକ ସୁନ୍ଦର ଉପହାର ପାଇଁ ସମସ୍ତ ସଙ୍ଗୀତକାର ଏବଂ ଗାୟକ/ଗାୟିକା ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ବିଶ୍ୱ ସଙ୍ଗୀତ ଦିବସ ପାଳନ କରାଯାଏ । ସଙ୍ଗୀତ ଏକ ଏପରି ଜିନିଷ ଯାହା ଦୁଃଖ ଓ ସୁଖ ସବୁ ସମୟରେ ମଣିଷର ସାଥୀ ହୋଇ ରହିଥାଏ । ଏହି ସଙ୍ଗୀତ ବିନା ଯେପରି ଜୀବନ ଅଧୁରା ଲାଗେ । ବିଭିନ୍ନ କାଳ୍ପନିକ କଥା ତଥା ଭାବନାକୁ ଶବ୍ଦରେ ପରିଣତ କରି ପରିବେଷଣ କରାଯାଉଥିବା ସଙ୍ଗୀତ ସବୁ ସମୟରେ ଆମ ମାନଙ୍କ ମନକୁ ଖୁସି ଦିଏ । ତେବେ ଏହି ବିଶ୍ୱ ସଙ୍ଗୀତ ଦିବସକୁ ୧୨୦ରୁ ଅଧିକ ଦେଶରେ ପାଳନ କରାଯାଏ । ବିଭିନ୍ନ ପାର୍କ, ଷ୍ଟାଡିୟମ୍ ଏବଂ ଅନ୍ୟାନ୍ୟ ସାର୍ବଜନିନ ସ୍ଥାନରେ ଏହି ଦିନ ସମାରୋହ ମାନ କରାଯାଏ । ଏଥିରେ ଶହ ଶହ ଲୋକ ଯୋଗଦେଇ ଖୁବ୍ ମଉଜ ମଜଲିସ୍ କରନ୍ତି । ସମସ୍ତ ସଙ୍ଗୀତପ୍ରେମୀ ଏହାକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ।

ବିଶ୍ୱ ସଙ୍ଗୀତ ଦିବସ ପ୍ରଥମ ଥର ୧୯୮୨ ମସିହାରେ ଫ୍ରାନ୍ସରେ ମନାଯାଇଥିଲା । ସେଠାରେ ତତ୍କାଳୀନ ଫ୍ରାନ୍ସୀୟ କଳା ଓ ସଂସ୍କୃତି ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ମିଶି ଏହାର ଶୁଭାରମ୍ଭ କରିଥିଲେ । ତେବେ ଏହାକୁ ନେଇ ଅନେକ ଅଧ୍ୟୟନ ଏବଂ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ଯେ, ସଙ୍ଗୀତ ମାନସିକ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଉତ୍ତମ ନିଦ୍ରା ହେବାରେ ସାହାଯ୍ୟ କରେ । ଏମିତିକି ମାନସିକ ସ୍ତରକୁ ଦୁର୍ବଳ ଲୋକଙ୍କୁ ଭଲ କରିବା ପାଇଁ ସେମାନଙ୍କୁ ମ୍ୟୁଜିକ୍ ଥେରାପି ମଧ୍ୟ ଦିଆଯାଏ ।

Get real time updates directly on you device, subscribe now.