fbpx

ବ୍ରିଟେନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା ମିଳିଲା, ଡିଫ୍ୟୁଜ୍ ସମୟରେ ବିରାଟ ବିସ୍ଫୋରଣ, କମ୍ପନ ୨୪ କିମି

ଲଣ୍ଡନ: ବ୍ରିଟେନର ଗ୍ରେଟ୍ ୟର୍ମାଉଥ୍ ସହରରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟର ଏକ ବୋମା ଉଦ୍ଧାର ହୋଇଛି । ଯାହାକୁ ଡିଫ୍ୟୁଜ୍ କରିବା ସମୟରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଏହାର ଶବ୍ଦ ମାଇଲ୍ ମାଇଲ୍ ପର୍ୟ୍ୟନ୍ତ ଶୁଣାଯାଇଥିଲା । ଏହି ବିସ୍ଫୋରଣର ଭିଡିଓ ଏବେ ସୋସିଆଲ ମିଡିଅ।।ରେ ଭାଇରାଲ ହୋଇଛି । ଯାହାକୁ ଦେଖି ଲୋକମାନେ କହୁଛନ୍ତି, ବିସ୍ଫୋରଣ ଘଟିବା ସମୟରେ ୨୪ କିଲୋମିଟର ପର୍ଯ୍ୟନ୍ତ ଅଟ୍ଟାଳିକା ଭୁଷୁଡିବା କମ୍ପନ ଅନୁଭୂତ ହୋଇଥିଲା ।

ପୋଲିସ ସୂଚନା ମୁତାବକ ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ଖବର ନାହିଁ। ଏହି ବୋମା ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

ବିବିସି ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳେ ଗ୍ରେଟ୍ ୟର୍ମାଉଥରେ ଦୁଇଟି ଗ୍ୟାସ୍ ପାଇପ୍ ନିକଟରେ ଏକ ଡଡ୨ ବୋମା ମିଳିଥିଲା । (ଣବକ୍ସର ଜସଙ୍ଖରକ୍ସ) ୟାରେ ନଦୀ ପାର୍ଶ୍ୱରେ ଥିବା ତୃତୀୟ କ୍ରସିଂରେ କାର୍ୟ୍ୟ କରୁଥିବା ଜଣେ କଣ୍ଟ୍ରାକ୍ଟର ଏହି ବୋମାକୁ ଉଦ୍ଧାର କରିଥିଲେ । ପରେ ବମ୍ ଡିଫ୍ୟୁଜକାରୀ ଦଳ ବିଲ୍ଡିଂରୁ ଲୋକଙ୍କୁ ବାହାର କରି ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିଥିଲେ। ବମ୍ ଡିଫ୍ୟୁଜ ହେବା ପୂର୍ବରୁ ତାହା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଭିଡିଓ କ୍ୟାମେରାରେ କଏଦ ହୋଇଛି।

ଏହି ଡିଭାଇସର ଉଚ୍ଚତା ପ୍ରାୟ ୩.୨ ଫୁଟ ଏବଂ ଓଜନ ପ୍ରାୟ ୨୫୦ କିଲୋଗ୍ରାମ ଥିଲା। ଏହି ଅଞ୍ଚଳର ସୁରକ୍ଷା ପାଇଁ ବୋମା ଚାରିପାଖରେ ବାଲି ରଖାଯାଇଥିଲା। ଏହି ବିସ୍ଫୋରଣରେ କେହି ଆହତ କିମ୍ବା ପ୍ରାଣ ହରାଇ ନାହାଁନ୍ତି, କିନ୍ତୁ ଅଞ୍ଚଳ କମାଣ୍ଡର କହିଛନ୍ତି ଯେ ବିସ୍ଫୋରଣ ପରେ ଅନେକ ଘର ଓ କାର ଝରକା କାଚ ଭାଙ୍ଗି ଯାଇଛି ଏବଂ ନିକଟ ବ୍ରିଜର କିଛି ଅଂଶ ନଷ୍ଟ ହୋଇଯାଇଛି।

Get real time updates directly on you device, subscribe now.