fbpx

ଏହି ଦେଶରେ ରହୁଛନ୍ତି ଦୁନିଆର ବେଷ୍ଟ୍ ‘Lover’, ସର୍ଭେରୁ ହେଲା ଖୁଲାସା

ଦୁନିଆର ସର୍ବୋତ୍ତମ ପ୍ରେମୀ କେଉଁଠାରେ ରୁହନ୍ତି? ଯଦି ଏହି ପ୍ରଶ୍ନର ଉତ୍ତର ବୋଧହୁଏ କାହାକୁ ଜଣାନଥିବ । କିନ୍ତୁ ଏକ ସର୍ଭେରୁ ଜଣାପଡିଛି ଯେ, ବିଶ୍ୱର ସର୍ବଶ୍ରେଷ୍ଠ ପ୍ରେମୀମାନେ ସ୍କଟଲାଣ୍ଡରେ ରୁହନ୍ତି । ଏହି ଖୁଲାସା ଏକ ସର୍ଭେରେ ହୋଇଛି ।

ରିପୋର୍ଟ ମୁତାବକ, ରୋମାଣ୍ଟିକ ହଲିଡେ’ରେ ସ୍କଟଲ୍ୟାଣ୍ଡର ଲୋକମାନେ ଆଗରେ ଅଛନ୍ତଏହାକୁ ନେଇ ମହିଳା ଏବଂ ପୁରୁଷମାନଙ୍କ ମଧ୍ୟରେ ସର୍ଭେ କରାଯାଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ ରୋମାଣ୍ଟିକ୍ ତୁଳନାରେ ସ୍କଟଲ୍ୟାଣ୍ଡର ଲୋକମାନେ ଇଟାଲୀ, ଫ୍ରାନ୍ସ, ଇଂଲଣ୍ଡ, ସ୍ପେନକୁ ବି ପଛରେ ଛାଡିଛନ୍ତି ।

ସର୍ଭେ ଅନୁସାରେ, ବେଷ୍ଟ ଲଭରରେ ସ୍କଟଲ୍ୟାଣ୍ଡ ଏକ ନମ୍ବରରେ ଥିବା ବେଳେ ଇଟାଲୀର ଲୋକମାନେ ଦୁଇ ନମ୍ବରରେ ଅଛନ୍ତି । ଏହା ପରେ ଫ୍ରାନ୍ସ, ଇଂଲଣ୍ଡ, ସ୍ପେନ୍ ଏବଂ ଆମେରିକାର ଲୋକମାନେ ଅଛନ୍ତି । ଟପ୍ ୧୦ର ଲିଷ୍ଟରେ ପର୍ତ୍ତୁଗାଲ, ଆୟଲ୍ୟାଣ୍ଡ, ସ୍ୱିଡେନ ଏବଂ ୱେଲ୍ସ ମଧ୍ୟ ସାମିଲ ଅଛି ।

ସର୍ଭେ ପରେ ଏଡିନବର୍ଗର ୪୧ବର୍ଷୀୟ ଡେରେକ ସିମ୍ପସନ୍ କହିଛନ୍ତି ଯେ, ସର୍ଭେ କମ୍ପାନୀ ‘ଲଭାଇଟ୍ କଭରିଟ୍’ର ଫଳାଫଳ ତାଙ୍କୁ ଆଶ୍ଚର୍ଯ୍ୟ କରି ନାହିଁ । ଲୋକମାନଙ୍କୁ କିପରି ଆକର୍ଷିତ କରିବାକୁ ହେବ, ତାହା ସ୍କଟଲ୍ୟାଣ୍ଡର ଲୋକେ ଭଲରେ ଜାଣନ୍ତି । ଏହା ସହିତ ଆପଣଙ୍କ ସାଥୀ ଉପରେ କିପରି ଭଲ ପ୍ରଭାବ ପଡ଼ିବ, ତାହା ବି ସେମାନେ ଜାଣନ୍ତି ।

Get real time updates directly on you device, subscribe now.