fbpx

ଚିହ୍ନି ରଖନ୍ତୁ ଏହି ବୃକ୍ଷକୁ, ଆକର୍ଷଣୀୟ କିନ୍ତୁ ମାରାତ୍ମକ

Advertisement

ନୂଆଦିଲ୍ଲୀ: ଆମ ଏହି ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଲତା ରହିଛନ୍ତି । ଏହା ମଧ୍ୟରୁ କେତେକଙ୍କୁ ଆମେ ଘରର ଶୋଭା ବଢାଇବା ଲାଗି ଲଗାଇଥାଉ । ଅନ୍ୟ କିଛି ଗଛ ଲତା ଜଙ୍ଗଲୀ ହୋଇଥାଏ । ଏହି ସବୁ ଜଙ୍ଗଲୀ ଗଛ ଲତା ଆପେ ଆପେ ହିଁ ଉଠିଥାନ୍ତି । କିନ୍ତୁ ଆଜି ଆମେ ଯେଉଁ ଜଙ୍ଗଲୀ ଗଛ ବିଷୟରେ କହିବାକୁ ଯାଉଛୁ ତାହା ଦେଖିବାକୁ ତ ବେଶ୍ ଆକର୍ଷକ କିନ୍ତୁ ଭୁଲ୍ରେ ଆପଣ ଏହାକୁ ଯଦି ଛୁଇଁ ଦେବେ ତେବେ ଆପଣଙ୍କ ଅବସ୍ଥା ବହୁତ ଖରାପ ହୋଇଯିବ ।

ବ୍ରିଟେନରେ ରହୁଥିବା ଜାକସନ୍ ହଲଉଡ୍ ହୋଙ୍କୁ ଏବେ ଗମ୍ଭୀର ଅବସ୍ଥାରେ ହସ୍ପିଟାଲ୍ ନିଆଯାଇଛି । କାରଣ ଭୁଲ୍ରେ ସେ ଦୁନିଆର ସବୁଠାରୁ ବିଷାକ୍ତ ଗଛକୁ ଛୁଇଁ ଦେଇଛନ୍ତି । ଏହାପରେ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି । ତାଙ୍କ ଶରୀରରେ ବଡ ବଡ ଫୋଟକା ପରି କଣ ସବୁ ଫଳିଯାଇଛି ଓ ତାଙ୍କୁ ବହୁତ ଯନ୍ତ୍ରଣା ହେଉଛି । ନିଜ ପରିବାର ସହ ସମୁଦ୍ରକୂଳକୁ ବୁଲି ଯାଇଥିବା ସମୟରେ ଜାକସନ୍ ଏହି ଗଛ ସଂସ୍ପର୍ଶରେ ଆସିଯାଇଥିଲେ । ତାଙ୍କ ପାଦ ଏହି ଗଛକୁ ସ୍ପର୍ଶ କରିଥିଲା । ଏହା ପରେ ତାଙ୍କ ପାଦରେ ଲାଲ ଲାଲ ବଡ ବଡ ଫୋଟକା ହୋଇଯାଇଥିଲା ।

ଏହି ବିଷାକ୍ତ ବୃକ୍ଷର ନାମ ହେଉଛି ହୋଗୱିଡ୍ ବୃକ୍ଷ । ଏହି ବୃକ୍ଷକୁ କେବଳ ଛୁଇଁଦେଲେ ଅବସ୍ଥା ଖରାପ ହୋଇଯାଏ । ଏହାଦ୍ୱାରା ଉତ୍ପନ୍ନ ହେଉଥିବା ଫୋଟକା ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ । ଜାକସନଙ୍କ ଦାଦିମା କହିଛନ୍ତି ତାଙ୍କ ନାତିକୁ ଏବେ ଏତେମାତ୍ରାରେ ଯନ୍ତ୍ରଣା ହେଉଛି ଯେ, ସେ ଭୀଷଣ ଜୋରରେ ଚିକ୍ରାର କରୁଛି । ଜାକସନ୍ ଜଣେ ଫୁଟବଲ୍ ଖେଳାଳୀ । ଏବେ ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ, ସେ ନିଃଶ୍ୱାସ ନେବାକୁ ବି କଷ୍ଟ ଅନୁଭବ କରୁଛନ୍ତି । ଏହି ଘଟଣା ପରେ ସେ ଏତେମାତ୍ରାରେ ଭୟ ପାଇ ଯାଇଛନ୍ତି ଯେ, ଆଉ କେବେ ସମୁଦ୍ର କୂଳକୁ ନ ଯିବାକୁ ଶପଥ ନେଇଛନ୍ତି ।

 

Get real time updates directly on you device, subscribe now.