fbpx

ହାଇ ବ୍ଲଡ଼ ପ୍ରେସରକୁ ନେଇ ଚିନ୍ତିତ ଅଛନ୍ତି କି ? ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

Advertisement

ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପ ରୋଗୀମାନେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ରକ୍ତ ଚାପ ନିୟନ୍ତ୍ରଣରେ ନ ରହିବା ଦ୍ୱାରା ହୃଦୟ ଜନିତ ରୋଗ ଓ ଯକୃତ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଜାଣନ୍ତୁ.. ଉଚ୍ଚ ରକ୍ତ ଚାପ ରୋଗୀ ପାଉଁରୁଟିର ସେବନ କରିବା ଉଚିତ ନୁହେଁ । ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ । ଯାହା ରକ୍ତଚାପକୁ ବୃଦ୍ଧି କରିଥାଏ ।

– ଚିକେନକୁ ପ୍ରସ୍ତୁତ କରିବା ପୂର୍ବରୁ ଏଥିରେ ଲୁଣ ଓ ଅନ୍ୟ ମସଲାକୁ ଘୋଳାଇ କିଛି ସମୟ ରଖାଯାଇଥାଏ । ଏଭଳି ଅନ୍ୟ କେତେକ ଖାଦ୍ୟକୁ ମଧ୍ୟ ରଖାଯାଏ । ଏଭଳି ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ ।

– କାଫିନ୍ ରକ୍ତଚାପକୁ ହଠାତ ବୃଦ୍ଧି କରିଥାଏ । ଚା’ ଓ କଫିରେ କାଫିନ୍ ଥାଏ । ତେଣୁ ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ । କିମ୍ବା ଆଦୌ ସେବନ ନକରିବା ଭଲ । ଖୁବ କମ ମାତ୍ରାରେ ଦିନକୁ ଥରେ ପିଅନ୍ତୁ ।

– ଆଚାରରେ ଲୁଣ ଅଧିକ ଥାଏ । ତେଲ ଓ ଲୁଣ ଅଧିକ ଦିନ ଯାଏଁ ବତୁରି ରଖିବା ଦ୍ୱାରା ସୋଡିୟମର ମାତ୍ରା ଅଧିକ ଥାଏ । ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ ।

– ବଟରର ମଧ୍ୟ ଅଧିକ ସେବନ କରନ୍ତୁ ନାହିଁ । ଏହାଦ୍ୱାରା ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିଥାଏ । ଯାହା ରକ୍ତ ଚାପକୁ ବୃଦ୍ଧି କରିଥାଏ ।

– ନିଶାଦ୍ରବ୍ୟର ଆଦୌ ସେବନ କରନ୍ତୁ ନାହିଁ । ଏହାଦ୍ୱାରା ରକ୍ତଚାପ ବଢିଥାଏ ।

– କାକୁଡିର ଜୁସରେ ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ୍ସ ରହିଛି । ଏହା ଶରୀରରୁ ଅଦରକାରୀ ଜିନିଷ ନିର୍ଗତ କରିବାରେ ସହାୟକ ହୋଇଥାଏ । ଏଥିରେ ମ୍ୟାଗ୍ନେସିୟମ ଅଧିକ ମାତ୍ରାରେ ରହିଛି । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହା ମାନସିକ ଅଶାନ୍ତି ଦୂର କରିବା ସହ ଉତ୍ତମ ନିଦରେ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ରୋଗୀ ପୋଟାସିୟମ ଥିବା ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ । ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏଥିରେ ପ୍ରାୟ ୪୪୨ ମିଲିଗ୍ରାମ ପୋଟାସିୟମ ରହିଥାଏ । ତେଣୁ ନିୟମିତ ଏହାକୁ ସେବନ କରନ୍ତୁ ।

Get real time updates directly on you device, subscribe now.