ନୂଆଦିଲ୍ଲୀ: ସୋମବାର ଅର୍ଥାତ ୨୨ ଜାନୁଆରୀ ଦିନ ରାମଲଲା ଅଯୋଧ୍ୟାରେ ତିଆରି ହୋଇଥିବା ଭବ୍ୟ ରାମ ମନ୍ଦିରରେ ବିରାଜମାନ ହେବେ । ଏହି ଅବସରରେ ସମସ୍ତେ ଅଯୋଧ୍ୟାକୁ ଯାଇ ଅୟୋଜନରେ ସାମିଲ ହେବା ସମ୍ଭବପର ନୁହେଁ । ଏହି ସମୟରେ ଆପଣ ଘରେ ରାମଲଲାଙ୍କୁ ପୂଜା କରିପାରିବେ । ପ୍ରତ୍ୟେକ ରାମ ଭକ୍ତ ରାମଙ୍କୁ ଘରେ ପୂଜା କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଘରେ ପ୍ରଭୁ ରାମଙ୍କୁ କିପରି ପୂଜା କରିବେ ଏବଂ ଏହାର ନିୟମ ।
ରାମ ଲଲାଙ୍କୁ ଘରେ ପୂଜା କରିବାର ନିୟମ:
-ଯଦି ଆପଣ ଘରେ ୨୨ ଜାନୁଆରୀ ସୋମବାର ଦିନ ଭଗବାନ ରାମଙ୍କୁ ପୂଜା କରି କୃପା ଅର୍ଜନ କରିବାକୁ ଚାହୁଁଛନ୍ତି ତେବେ ରାମଙ୍କ ଫଟୋକୁ ହଳଦିଆ କପଡାରେ ଗୁଡାଇ ରଖନ୍ତୁ । ଏହାପରେ ଚନ୍ଦନ, ଅକ୍ଷତ, ଫୁଲ ରାମଲଲାଙ୍କୁ ଅର୍ପଣ କରନ୍ତୁ ।
-ରାମଙ୍କ ଫଟୋ ବା ମୂର୍ତ୍ତି ପାଖେ ଆପଣ ସର୍ବପ୍ରଥମେ କ୍ଷୀର, ଦହି, ଘିଅ ଗଙ୍ଗାଜଳ ଏବଂ ମହୁର ଭୋଗ ଲଗାନ୍ତୁ ।
-ରାମଙ୍କ ପଖେ ଖିରୀ ଭୋଗ ଅବଶ୍ୟ ଲଗାନ୍ତୁ ।
-ଆପଣ ରାମଙ୍କ ପାଖେ ଏକ ଘିଅ ଦୀପ ଜଳାନ୍ତୁ ।
-ରାମ ଜନ୍ମ ସ୍ତୁତି ପଢି ଭଗବାନ ରାମଙ୍କ ପୂଜା କରନ୍ତୁ ।
-ଏହାପରେ ପ୍ରଭୁ ଶ୍ରୀରାମଙ୍କ ଆରତୀ କରନ୍ତୁ ।
ଶ୍ରୀ ରାମଙ୍କ ଜନ୍ମ ସ୍ତୁତି ଭୟ ପ୍ରକଟ କୃପାଳା ଦୀନଦୟାଲା, କୌଶଲ୍ୟା ହିରକାରୀ । ହରଷିତ ମହତାରୀ ମୁନୀ ମନ ହାରୀ ଅଭୂତ ରୂପ ବିଚାରୀ.. ର ପାଠ କରନ୍ତୁ । ପ୍ରାଣପ୍ରତିଷ୍ଠା ଦିନ ଆପଣ ତୁଳସୀର ୧୦୮ ବିଶିଷ୍ଟ ମାଳାକୁ ଅଭିଜିତ ମୂହୁର୍ତ୍ତରେ ସୀତରାମ ମାନ ୧୧ ଥର ଜପ କରନ୍ତୁ ।
ପ୍ରକୃତରେ ରାମଙ୍କ ଜନ୍ମ ଅଭିଜିତ ମୂହୁର୍ତ୍ତରେ ହୋଇଥିଲା । ତେଣୁ ଏହି ମୂହୁର୍ତ୍ତରେ ତାଙ୍କର ପୂଜା କରିବା କଲେ ଶୁଭଫଳ ମିଳିଥାଏ । ଏପରି କରିବା ଭଗବାନ ରାମ ଅପଣଙ୍କ ଉପରେ ସର୍ବଦା କୃପା ଦୃଷ୍ଟି ରଖିଥାନ୍ତି । ରାମଙ୍କ ପ୍ରାଣପ୍ରତିଷ୍ଠାର ମୂହୁର୍ତ୍ତ ମଧ୍ୟାହ୍ନ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିଛି ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଘରେ ଅଭିଜିତ ମୂହୁର୍ତ୍ତ ବିଧିରେ ପୂଜା କରିବା ଦ୍ୱାରା ଭଗବାନ ରାମ-ସୀତାଙ୍କ ସହ ପ୍ରଭୁ ହନୁମାନଙ୍କର ମଧ୍ୟ ଆର୍ଶୀବାଦ ମିଳିଥାଏ । ଏପରି କରିବା ଦ୍ୱାରା ଘରେ-ପରିବାରରେ ସୁଖ-ସମୃଦ୍ଧି ବଢିଥାଏ ।