fbpx

୨୦୨୬ ରାଜ୍ୟଗୋଷ୍ଠି କ୍ରୀଡ଼ାରୁ ବାଦ୍ ପଡ଼ିଲା କୁସ୍ତି, ସିଜିଏଫ୍ ଦ୍ୱାରା ଜାରି ତାଲିକାରେ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠି କ୍ରୀଡ଼ାରୁ ବାଦ୍ ପଡ଼ିଲା କୁସ୍ତି। ୨୦୨୬ରେ ଭିକ୍ଟୋରିଆରେ ହେବାକୁ ଥିବା କ୍ରୀଡ଼ାର ଏହି ମହାକୁମ୍ଭରୁ କୁସ୍ତିକୁ ବାଦ୍ ଦିଆଯାଇଛି। ସିଜିଏଫ୍ ଦ୍ୱାରା ଜାରି ହୋଇଥିବା ତାଲିକାରେ କୁସ୍ତିକୁ ସ୍ଥାନ ମିଳିନାହିଁ। ତାଲିକାରେ ୨୦ଟି କ୍ରୀଡ଼ାର ୨୬ଟି ବର୍ଗ ରହିଥିବା ବେଳେ କୁସ୍ତି ବାଦ୍ ପଡ଼ିଛି। ରାଜ୍ୟଗୋଷ୍ଠି କ୍ରୀଡ଼ାରେ ଭାରତର ଏପର୍ଯ୍ୟନ୍ତ ଭଲ ଦବଦବା ରହିଛି। ଏଜାବତ୍ କୁସ୍ତିରେ ଭାରତ ୧୧୪ଟି ପଦକ ଜିତିଛି। କୁସ୍ତି ପରି ଆର୍ଚେରୀ ମଧ୍ୟ ବାଦ୍ ପଡ଼ିଥିବା ଜଣାପଡ଼ିଛି। ତେବେ ବର୍ମିଂହାମ୍ ରାଜ୍ୟଗୋଷ୍ଠି କ୍ରୀଡ଼ାରେ ବାଦ୍ ପଡିଥିବା ସୁଟିଂକୁ ସ୍ଥାନ ମିଳିଛି।

Get real time updates directly on you device, subscribe now.