fbpx

ସସପେଣ୍ଡ୍ ହେଲା କୃଷକ ଆନ୍ଦୋଳନ ସହ ଜଡ଼ିତ ‘ଏକ୍ସ’ ଆକାଉଣ୍ଟ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୃଷକ ଆନ୍ଦୋଳନ । ଏଥିମଧ୍ୟରେ କେନ୍ଦ୍ର ସରକାର କୃଷକଙ୍କ ‘ଦିଲ୍ଲୀ ଚଲୋ ପ୍ରଦର୍ଶନ’ ସହ ଜଡ଼ିତ ମାମଲାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଏଲନ ମସ୍କଙ୍କ ସୋସିଆଲ ମିଡ଼ିଆ କମ୍ପାନୀ ‘ଏକ୍ସ’ କୃଷକ ଆନ୍ଦୋଳନ ସହ ଜଡ଼ିତ ଅନେକ ଆକାଉଣ୍ଟ୍ ଏବଂ ଫ୍ୟାନ୍ ପେଜକୁ ସସପେଣ୍ଡ୍ କରିଛି ।

ସୋସିଆଲ ମିଡ଼ିଆ କମ୍ପାନୀ ଏକ୍ସ ଏକ ସାର୍ବଜନିନ ପୋଷ୍ଟ କରି କହିଛି ଯେ ଭାରତ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ କିଛି ନିର୍ଦ୍ଦିଷ୍ଟ ପୋଷ୍ଟ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା । ଏହି ନିର୍ଦ୍ଦେର୍ଶର ବିରୋଧ କଲେ ଜେଲ ଦଣ୍ଡ ସହ ଜୋରିମାନା ଆଦାୟ କରାଯିବା ନେଇ ଧମକ ଦିଆଯାଇଥିଲା । ତେବେ ଏହି ପଦକ୍ଷେପକୁ ନେଇ ‘ଏକ୍ସ’ ସହମତ ନୁହେଁ । ‘ଏକ୍ସ’ freedom of expressionକୁ ବଜାୟ ରଖିବାରେ ବିଶ୍ୱାସ ରଖେ । କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶର ଅନୁପାଳନ କରି କେବଳ ଭାରତରେ କୃଷକ ଆନ୍ଦୋଳନ ସହ ଜଡ଼ିତ ଆକାଉଣ୍ଟ୍ସ ଏବଂ ପୋଷ୍ଟଗୁଡ଼ିକ ବ୍ଲକ୍ କରିଛି । ତେବେ କୃଷକ ଆନ୍ଦୋଳନ ଶେଷ ହେବା ପରେ ଏହି ବିରୋଧ ହଟିପାରେ ବୋଲି ଆଶା କରାଯାଉଛି ।

 

Get real time updates directly on you device, subscribe now.