ନୂଆଦିଲ୍ଲୀ: ସାଓମୀ ଖୁବଶୀଘ୍ର ନିଜର ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ସବୁଠାରୁ ବଡ଼ କଥା ହେଉଛି ୧୦ ହଜାର ଟଙ୍କାରୁ କମ୍ ବଜେଟରେ ଗ୍ରାହକମାନେ ଏହି ଫୋନ୍ କ୍ରୟ କରିପାରିବେ । ଏହି ଫୋନର ନୂଆ ପ୍ରୋସେସର କ୍ୱାଲକମ ସ୍ନାପଡ୍ରାଗନ ୪ଏସ ଜେନ ୨ ସହିତ ଲଞ୍ଚ କରିପାରେ । କମ୍ପାନୀ ପକ୍ଷରୁ ଏହି ସ୍ମାର୍ଟଫୋନର ନାମ ବିଷୟରେ ସୂଚନା ଦେଇନାହିଁ । ଏଥିରେ ୫୦ଏମପିର ମେନ୍ ଲେନ୍ସ ଥିବା କ୍ୟାମେରା ସେଟଅପ୍ ମିଳିପାରେ ।
କ୍ୱାଲକମ୍ ସ୍ନାପଡ୍ରାଗନ ୪ଏସ ଜେନ ୨ ପ୍ରୋସେସର ଲଞ୍ଚ ହେବାକୁ ଅନେକ ସମୟ ବିତିଯାଇଥିବା ବେଳେ ଏହି ପ୍ରୋସେସର ସହ ପ୍ରଥମ ଫୋନ୍ ଏବେ ଲଞ୍ଚ ହେବାକୁ ଯାଉଛି । କମ୍ପାନୀ ଏହି ବଜେଟ ଫ୍ରେଣ୍ଡଲି ପ୍ରୋସେସରକୁ ଚଳିତ ବର୍ଷ ଜୁଲାଇରେ ଲଞ୍ଚ କରିଥିଲା । ଏହା ଏକ ୫ଜି ଚିପସେଟ ହୋଇଥିବା ବେଳେ ତାହା କମ୍ ବଜେଟର ଫୋନ୍ସରେ ଦେଖିବାକୁ ମିଳିବ । ପ୍ରଥମ କମ୍ପାନୀ ଭାବେ ସାଓମୀ ଏହି ପ୍ରୋସେସର ସହିତ ଫୋନ ଲଞ୍ଚ କରିବ । କମ୍ପାନୀ ନିଜର ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ ଅକ୍ଟୋବର ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ମୋବାଇଲ କଂଗ୍ରେସରେ ଲଞ୍ଚ କରିପାରେ । ଏହି ଫୋନ୍ ୬.୭ ଇଞ୍ଚର ଏଲସିଡି ଡିସପ୍ଲେ ମିଳିପାରେ, ଯାହାକୁ ଏଚଡି ପ୍ଲସ ରିଜୋଲ୍ୟୁସନ ସହିତ ଆସିବ । ଏଥିସହିତ ୯୦ଏଚଜେଡ ରିଫ୍ରେଶ ରେଟର ସପୋର୍ଟ ମିଳିବ । ଏହାର ଦାମ୍ ପାଖାପାଖି ୮୨୦୦ ଟଙ୍କା ରହିବ ବୋଲି କୁହାଯାଉଛି ।