fbpx

ପରଲୋକରେ ଜାଭିୟର୍ସ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠାତା ଫାଦର ଆବ୍ରାହମ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜାଭିୟର୍ସ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା ତଥା ଡିନ ଫାଦର ଆବ୍ରାହାମଙ୍କ ପରଲୋକ ଘଟିଛି । ବୁଧବାର ୭୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଫାଦର ଆବ୍ରାହାମ ।

ଜାଭିୟର୍ସ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ରହିଥିବା ଆବ୍ରାହମ ୧୯୮୯ରୁ ୧୯୯୪ ଏବଂ ୨୦୦୭ରୁ ୨୦୧୯ ଯାଏଁ ଏହି ସମ୍ମାନଜନକ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହା ସହିତ ଜାଭିୟର୍ସ ବିଶ୍ୱ ବିଦ୍ୟାଳୟରେ ନିର୍ଦ୍ଦେଶକ ଓ ପରାମର୍ଶଦାତା କୁଳପତି (ଡିନ୍) ଭାବରେ ସେ କାର୍ଯ୍ୟ କରିଥିଲେ । ବିଶ୍ୱର ବିଭିନ୍ନ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ରହି ସମାଜସେବା କରୁଥିଲେ ଆବ୍ରାହମ ।

Get real time updates directly on you device, subscribe now.