fbpx

ବଦଳିଲା ‘ୟଶ୍’ର ଗତି: ରେମୁଣା ଓ ବାହାନଗା ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା

Advertisement

ବାଲେଶ୍ୱର ଜିଲ୍ଲାର ରେମୁଣା ଓ ବାହାନଗା ଉପକୂଳରେ ବାତ୍ୟା ‘ୟଶ୍’ ଲ୍ୟାଣ୍ଡଫଲ୍ କରିବ । ତେବେ ବର୍ତ୍ତମାନ ‘ୟଶ୍’ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ମାଡ଼ି ଆସୁଥିବା ଜଣାପଡ଼ିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ରୁ ୧୪୦ କିମି ରହିବ ବୋଲି ଜଣାପଡ଼ିଛି । ବାତ୍ୟାର ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହେବା । ମୟୂରଭଞ୍ଜ ଜିଲ୍ଲାରେ ପବନର ବେଗ ୧୦୦ କିମି ରହିବା ସହ କ୍ଷୟକ୍ଷତି ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଆଜି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବାଲେଶ୍ୱର ଓ ଭଦ୍ରକରେ ଭୀଷଣ ବର୍ଷା ହେବ । ଏହା ଛଡ଼ା କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ବାତ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ ୫.୮ ଲକ୍ଷ ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.