fbpx

ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଖାଁ

ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ଖାଁ ଆତ୍ମସମର୍ପଣ କରିଛି । କଟକର ଚାଉଳିଆଗଞ୍ଜ ଥାନାରେ ୟାକୁବ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ପୂର୍ବରୁ ଏସସିବିରେ ଅନେକ ଥର ହାଇଦରକୁ ୟାକୁବୁ ଭେଟୁଥିଲା । ତେଣୁ ହାଇଦରର ଫେରାର୍ ହେବା ପଛରେ ୟାକୁବର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଏସସିବି ସର୍ଜରୀ ବିଭାଗରେ ଚିକିତ୍ସା ହେଉଥିବା ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଫେରାର ହୋଇଯାଇଥିଲା । ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିବା ବେଳେ ଅସୁସ୍ଥ ହେବାରୁ କିଛି ଦିନ ପୂର୍ବେ ତାକୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ହାଇଦରର ପତ୍ତା ଏ ପର୍ଯ୍ୟନ୍ତ ମିଳିପାରି ନଥିବା ବେଳେ ତାକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଗଠନ କରାଯାଇ ଅପରେସନ ଜାରି ରହିଛି । ୟାକୁବର ଆତ୍ମସମର୍ପଣ ପରେ ହାଇଦର ସମ୍ପର୍କିତ ଅନେକ ତଥ୍ୟ ମିଳି ପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.