fbpx

ୟାମିଙ୍କୁ ଇଡିର ସମନ; ଜାଣନ୍ତୁ କାହିଁକି

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ । ନିକଟରେ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ଚର୍ଚ୍ଚାରେ ଥିବା ୟାମୀଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ବିଦେଶୀ ମୁଦ୍ରା ହେରଫେର ମାମଲାରେ ହାଜର ହେବା ପାଇଁ ୟାମୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ଆସନ୍ତା ଜୁଲାଇ ୭ ପୂର୍ବରୁ ଇଡି କାର୍ଯ୍ୟାଳାୟରେ ହାଜର ହୋଇ ବୟାନ ରେକର୍ଡ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ୟାମିଙ୍କ ଆକାଉଣ୍ଟରୁ କରାଯାଇଥିବା କିଛି ବିଦେଶୀ ଟ୍ରାନ୍ସଫରକୁ ନେଇ ସନ୍ଦେହ ଘେରକୁ ଆସିଛନ୍ତି ୟାମୀ । ଇଡି ପକ୍ଷରୁ ୟାମୀଙ୍କ ପାଇଁ ଏହା ଦ୍ୱିତୀୟ ସମନ । ଏହା ପୂର୍ବରୁ ୟାମୀଙ୍କୁ ସମନ କରାଯାଇଥିଲେ ହେଁ ୟାମୀ ଏହାର ଉତ୍ତର ଦେଇନଥିଲେ । ନିକଟରେ ହିମାଚଳ ପ୍ରଦେଶରେ ଆଦିତ୍ୟ ଧରଙ୍କୁ ବିବାହ କରିବା ପରେ ମୁମ୍ବାଇ ଫେରିଛନ୍ତି ୟାମୀ ।

Get real time updates directly on you device, subscribe now.