ରୋଷେଇ ଘରେ ଜଗିଛି ଯମ, ଚିନି ଖାଇଲେ ହେବ କର୍କଟ
ଆପଣଙ୍କର ଅଧିକ ମିଠା ଖାଇବାର ଅଭ୍ୟାସ ଅଛିକି? ଆପଣ ପ୍ରତ୍ୟେକ ଦିନ ଖାଦ୍ୟରେ ଚିନି ଖାଉଛନ୍ତି କି? ତାହାଲେ ଏବେ ବଦଳାନ୍ତୁ ନିଜ ଅଭ୍ୟାସ। ନହେଲେ ହୋଇପାରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ।
ନୂଆଦିଲ୍ଲୀ: ଆପଣ ଦୈନନ୍ଦିନ ବ୍ୟବହାର କରୁଥିବା ଖାଦ୍ୟ ପଦାର୍ଥ ସାଜିପାରେ ଆପଣଙ୍କ ପାଇଁ କ୍ଷତିକାରକ। ନେଇଯାଇପାରେ ଆପଣଙ୍କ ଜୀବନ। ବିଶେଷ କରି ରୋଷେଇ ଘରେ ବ୍ୟବହାର କରୁଥିବା କିଛି ଜିନିଷ।
ଆପଣଙ୍କ ପାଇଁ ସାଜିପାରେ ମୃତ୍ୟୁର କାରଣ। ଶରୀରରେ ସୃଷ୍ଟି କରିପାରେ କ୍ୟାନ୍ସର ଭଳି ମାରାତ୍ମକ ଜୀବାଣୁ। ଯଦି ଆପଣ ଏହି ସବୁ ଖାଦ୍ୟ ପଦାର୍ଥ ବ୍ୟବହାର କରୁଛନ୍ତି ତେବେ ଏବେଠୁ ସାବଧାନ ହୋଇଯାଆନ୍ତୁ ଏବଂ ଦୂରେଇ ରୁହନ୍ତୁ।
ଚିନି: ଚିନି ବା ସୁଗର। ଏହି ସାମଗ୍ରୀ ଟି ପ୍ରତ୍ୟେକ ଲୋକଙ୍କ ହାଣ୍ଡିଶାଳରେ ନିଶ୍ଚିତ ଭାବରେ ରହିଥିବ। ଏହାକୁ ଅନେକ ଲୋକ ବହୁ ପରିମାଣରେ ମଧ୍ୟ ବ୍ୟବହାର କରନ୍ତି। କିଛି ଲୋକ ମୁଠାମୁଠା ଚିନି ମଧ୍ୟ ଖାଇଥାଆନ୍ତି।
ହେଲେ ଆପଣ ଜାଣିଛନ୍ତି କି ଏହି ଚିନି ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପକାଇପାରେ। ନିୟମିତ ଭାବେ ଅଧିକ ଚିନି ଖାଇବା ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗର ଶୀକାର ହୋଇପାରନ୍ତି।
ଜଙ୍କ୍ ଫୁଡ୍: ଠିକ୍ ସେହିପରି ଆଜିକା ଦିନରେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ତ ଷ୍ଟ୍ରିଟ୍ ଫୁଡ଼ ବା ଜଙ୍କ ଫୁଡ। ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ ଜାଣି ସୁଦ୍ଧା ଏହାକୁ ଖାଇଥାନ୍ତି।
ପ୍ରତିଦିନ ଛଣାଛଣି ଖାଦ୍ୟ ଖାଇବା ଦ୍ବାରା କିମ୍ବା ବାହାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା କେବଳ କର୍କଟ ରୋଗ ହେବାର ଆଶଙ୍କା ବଢି ନଥାଏ ବରଂ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ।
ପ୍ଲାଷ୍ଟିକ୍ ବ୍ୟାଗ୍: ଆପଣ ଯଦି ଖାଦ୍ୟ ରଖିବାରେ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରୁଛନ୍ତି, ତାହାଲେ ଏବେ ଅଭ୍ୟାସ ବଦଳାନ୍ତୁ। କାରଣ ପ୍ଲାଷ୍ଟିକରେ ମିଳୁଥିବା ଉପାଦାନଗୁଡ଼ିକ କର୍କଟ ଭଳି ସାଂଘାତିକ ରୋଗର ଆଶଙ୍କା ବଢାଇପାରେ।