fbpx

ରାଷ୍ଟ୍ରପତି ନିର୍ବାଚନ: ମୋଦୀଙ୍କଠାରୁ ସମର୍ଥନ ଲୋଡିଲେ ଯଶବନ୍ତ ସିହ୍ନା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଆସନ୍ତା ମାସରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଗତକାଲି ଏନଡିଏ ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିଭଳି ୨୭ ତାରିଖରେ ବିରୋଧୀଙ୍କ ପ୍ରାର୍ଥୀ ଜଶବନ୍ତ ସିହ୍ନା ନାମାଙ୍କନ ଭରିବେ । ଏହା ପୁର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂ ଏବଂ ଲାଲକୃଷ୍ଣ ଆଢଭାଣିଙ୍କୁ ସମର୍ଥନ ମାଗିଛନ୍ତି । ୮୪ ବର୍ଷୀୟ ସିହ୍ନା ଅଟଳ ବିହାରୀ ବାଚପେୟୀଙ୍କ ସରକାରରେ କେନ୍ଦ୍ରୀୟ ଅର୍ଥ ଏବଂ ବିଦେଶ ମନ୍ତ୍ରୀ ଥିଲେ ।

ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ଦ୍ରୌପଦି ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ମୁର୍ମୁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସେମତ ଅନେକ ବରିଷ୍ଠ ଏନଡିଏ ନେତାଙ୍କ ସହ ନାମାଙ୍କନ ଦାଖଲ କରିଛନ୍ତି । ଦ୍ରୌପଦି ମୁର୍ମୁଙ୍କୁ ବିଭୀନ୍ନ ଆଞ୍ଚଳିକ ଦଳମାନଙ୍କର ସମର୍ଥନ ମିଳିସାରିଛି । ଏହି ଦିଗରୁ ଦେଖିଲେ ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ । ତେବେ ବିପକ୍ଷଙ୍କ ପ୍ରାର୍ଥୀ ହୋଇଥିବା ଜଶବନ୍ତ ସିହ୍ନା ମଜବୁତ୍ ସହ ନିଜର ପ୍ରଚାର କରୁଛନ୍ତି ।

ଯଶବନ୍ତ ସିହ୍ନା ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଅଲୋଚନା କରିଛନ୍ତି। ପିଟିଆଇ ରିପୋର୍ଟ ଅନୁଯାୟୀ ସେ ଉଭୟ ନେତାଙ୍କୁ ସେମାନଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ସେ ବିଜେପି ଭେଟେରାନ ତଥା ବରିଷ୍ଠ ନେତା ଏଲ.କେ ଆଡଭାନୀଙ୍କଠାରୁ ଆଶୀର୍ବାଦ ଲୋଡିଛନ୍ତି। ଆଡଭାନୀ ବାଚପେୟୀଙ୍କ ସରକାରରେ ଉପ-ପ୍ରଧାନମନ୍ତ୍ରୀ ଏବଂ ସିହ୍ନା ସମାନ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ। ଦୀର୍ଘ ଦିନ ଧରି ବିଜେପିରେ ରହିବା ପରେ ସେ ଦଳ ଛାଡିଥିଲେ।

ସିହ୍ନା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଫୋନ୍ କରିଛନ୍ତି। ସିହ୍ନା ତାଙ୍କୁ ମନେ ପକାଇ ଦେଇଛନ୍ତି ଯେ ତାଙ୍କ ଦଳ ଜେଏମଏମ ସାଧାରଣ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି। ସିହ୍ନା ଶୁକ୍ରବାର ଦିନ ଝାଡ଼ଖଣ୍ଡରୁ ପ୍ରଚାର ଆରମ୍ଭ କରିବା ଉଚିତ୍ ଥିଲା, କିନ୍ତୁ ବର୍ତ୍ତମାନ ଜେଏମ୍ଏମ୍ ଆଦିବାସୀ ନେତା ଦ୍ରୌପଦି ମୁର୍ମୁଙ୍କୁ ମଧ୍ୟ ସମର୍ଥନ କରିବାର ସମ୍ଭାବନା ରହିଛି ତେଣୁ ସେ ଏହାକୁ ସ୍ଥଗିତ ରଖିଛନ୍ତି।

Get real time updates directly on you device, subscribe now.