କାଲି ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ୨୦୦ ମିଟରରୁ କମ୍ ରହିବ ଦୃଶ୍ୟମାନ କ୍ଷମତା!

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କାଲି ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା ।

୨୦୦ ମିଟରରୁ କମ୍ ରହିପାରେ ଦୃଶ୍ୟମାନ କ୍ଷମତା । ଏଥିସହ ରାଜ୍ୟରେ ଜାରି ରହିବ ଶୀତ ଲହରୀ । କାଲୁଆ ପବନ ସହ କୁହୁଡି ପାଇଁ ସତର୍କତା ଜାରିକଲା ପାଣିପାଗ ବିଭାଗ।

ତେବେ ଆସନ୍ତା ୭ ଦିନନ ପାଗ ଶୁଖିଲା ନେଇ ଆକଳନ । ଆଞ୍ଚଳିକ ପାଣିପାଗ ବିବାଗ ତରଫରୁ ସୂଚନା ରହିଛି କି, ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ଶୀତ ପ୍ରବାହ ବଢିବ ।

ଆଭ୍ୟନ୍ତରିଣ ଓ ଉପକୂଳ ଓଡିଶା କାଲୁଆ ପବନରେ ଥରିବ । ତାପମାତ୍ରା ୨-୪ ଡିଗ୍ରୀ ଯାଏଁ କମିବା ଅନୁମାନ କରିଛି ପାଣିପାଗ ବିଭାଗ ।

ଏଥିସହ ଆଞ୍ଛଳିକ ପାଣିପାଗ ବିଭାଗ ତରଫରୁ କୁହାଯାଇଛି କି ଏବେ ବର୍ଷାର ସମ୍ଭାବନା ନାହିଁ । ଅନ୍ୟୁନ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।