fbpx

ୟୁପିରେ ଇତିହାସ: ଆରମ୍ଭ ହେଲା ଯୋଗୀ ୨.୦ ସରକାର

ଲକ୍ଷ୍ନୌ : ପୁଣି ୟୁପିରେ ଆରମ୍ଭ ହେଲା ଯୋଗୀ ରାଜ। ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପ୍ରାୟ ୫୦ ହଜାର ଅତିଥିଙ୍କ ଉପସ୍ଥିତିରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରିଜେଶ ପାଠକ ଶପଥ ଗ୍ରହଣ କରିଛନ୍ତି। ଏଥିସହ ଯୋଗୀ କ୍ରମାଗତ ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଏହି ଭବ୍ୟ ଶପଥ ସମାରୋହ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଯାେଗୀ ଆଦିତ୍ୟନାଥ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ସମେତ କ୍ୟାବିନେଟରେ ୫୩ ଜଣଙ୍କୁ ସାମିଲ୍ କରାଯାଇଛି।

ଏହି ସମୟରେ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଭିକେ ସିଂହ ସ୍ମୃତି ଇରାନୀ ସହିତ ଅନେକ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ଏଥିସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା, ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସମେତ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥି ଥିଲେ। ଏହି ସମୟରେ ଇକାନା ଷ୍ଟାଡିୟମ ଲୋକଙ୍କ ଗହଳିରେ ଉଛୁଳି ଉଠିଥିଲା। ସୂଚନାଯୋଗ୍ୟ, ପାଞ୍ଚ ବର୍ଷ ପୂରଣ କରିବା ପରେ କ୍ରମାଗତ ଦ୍ଵିତୀୟ ଥର ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେବାରେ ଯୋଗୀ ଆଦିତ୍ୟନାଥ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ। ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ୨୫୫ ସିଟରେ ବିଜୟୀ ହୋଇ ବିଜେପି ସରକାର ଗଢିଛି।

Get real time updates directly on you device, subscribe now.