ଫେରୁଛନ୍ତି Yorker King: ଖୁବଶୀଘ୍ର ମଇଦାନରେ ବ୍ୟାଟ୍ସମ୍ୟାନଙ୍କୁ କରିବେ ଘାଇଲା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରାହ ଆହତ ହୋଇ ଏସିଆ କପରୁ ବାଦ ପଡିଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପିଠିରେ ଆଘାତ ଲାଗିବାରୁ ସେ ଶେଷ ଦୁଇଟି ମ୍ୟାଚରୁ ଦୂରେଇ ରହିଥିଲେ । କିନ୍ତୁ ଖୁବ ଶୀଘ୍ର ସେ ପୁଣି ଥରେ ଦଳକୁ କମବ୍ୟାକ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି ୟର୍କର କିଙ୍ଗ । ତେବେ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ଏକ ଭିଡିଓ ସେୟାର କରିଛନ୍ତି ଜସପ୍ରୀତ ବୁମରାହ ।

ଟିମ ଇଣ୍ଡିଆକୁ କମବ୍ୟାକ କରିବା ନେଇ ବୁମରାହ ଭିଡିଓରେ କ୍ୟାପ୍ସନ ଦେଇଛନ୍ତି, କୌଣସି ଅସୁବିଧା ବଡ ନୁହେଁ । ଏହି ଭିଡିଓରେ ବୁମରାହ ହର୍ଡଲ ଉପରେ ଜମ୍ପ କରୁଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏହାବ୍ୟତୀତ ବଡ ବଲ ସହିତ ବୋଲିଂ ଆକ୍ସନ ପ୍ରାକ୍ଟିସ କରୁଥିବା ମଧ୍ୟ ନଜର ଆସିଛି । ଭିଡିଓରେ ସେ ଧିରେ ଧିରେ ସୁସ୍ଥ ହେଉଥିବା ଜଣାଯାଉଥିବା ବେଳେ ଖୁବ ଶୀଘ୍ର ଟିମ ଇଣ୍ଡିଆ ଜର୍ସିରେ ଦେଖାଯିବେ ବୋଲି ଆଶା କରାଯାଉଛି ।

 

View this post on Instagram

 

A post shared by jasprit bumrah (@jaspritb1)

ଏସିଆ କପରେ ତାଙ୍କ ଅନୁପସ୍ତିତି ନିଶ୍ଚୟ ଅନୁଭବ କରିବ ମେନ ଇନ ବ୍ଲୁ । କିନ୍ତୁ ଏହାପରେ ବିଶ୍ୱକପ ଭଳି ଟୁର୍ଣ୍ଣାମେଣ୍ଟ ରହିଥିବାରୁ ତାଙ୍କ ସୁସ୍ଥ ହେବା ନେଇ ରୋହିତ ଆଣ୍ଡ ଟିମକୁ ଖୁବ ଆଶ୍ୱସ୍ତି ମିଳିପାରେ ।