ଆପକୁ ଶାହଙ୍କ ଟାର୍ଗେଟ୍, ମୋ ଜାଣିବାରେ କେଜ୍ରିଓ୍ୱାଲ ସବୁଠୁ ବଡ଼ ମିଛୁଆ

କେଜରିୱାଲ ଯାହା କୁହନ୍ତି ତାହା ପୂରଣ କରନ୍ତି ନାହିଁ । ଦିଲ୍ଲୀବାସୀଙ୍କ ସମ୍ପତ୍ତିରେ କିଛି ବି ବୃଦ୍ଧି ହୋଇନାହିଁ କିନ୍ତୁ କେଜ୍ରିୱାଲ ୫୧ କୋଟିର ଶିସମହଲ କରିଛନ୍ତି । ତାଙ୍କଠାରୁ ବଡ଼ ମିଛୁଆ କେହି ନାହାନ୍ତି। କେଜ୍ରିଓ୍ୱାଲଙ୍କୁ ଶାହଙ୍କ ନିଶାଣ।

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ରାଜନୀତି ବେଶ ସରଗରମ। ଶାସକ ଦଳଠୁ ଆରମ୍ଭ କରି ବିରୋଧୀ ଦଳ ସମସ୍ତେ ନିର୍ବାଚନି ବ୍ୟାଟେଲ୍ ପାଇଁ ପୁରା ତୟାର। ଆଉ ପ୍ରତିଟି ଦଳ ନିଜ ନିର୍ବାଚନି ଇନିଂସ ଖେଳିବା ପାଇଁ ପୁରା ସଜବାଜ।

ଏହାରି ଭିତରେ ପ୍ରତ୍ୟେକ ରାଜନୈତିକ ଦଳ ଦିଲ୍ଲୀ ବିଧାନସଭା ପାଇଁ ସଂକଳ୍ପ ପତ୍ର ବି ଜାରି କରିସାରିଛନ୍ତି। ଆପ ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲ ବେକାରୀ ସମସ୍ୟାକୁ ମୁଖ୍ୟ ଅସ୍ତ୍ର କରିଥିବା ବେଳେ, ବିଜେପି ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେଇଛି। ଆଉ ଏହି ନୁର୍ବାଚନି ଲଢ଼େଇ ଭିତରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

“କେଜ୍ରିଓ୍ୱାଲ ମିଛୁଆ”: ଦିଲ୍ଲୀ ନିର୍ବାଚନ ପାଇଁ ତୃତୀୟ ଓ ଶେଷ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ବିଜେପି। ଆଉ ଏହି ସଂକଳ୍ପ ପତ୍ରକୁ ଘୋଷଣା କରିଛନ୍ତି ଅମିତ୍ ଶାହ। ଆଉ ଏହି ସମୟରେ ସେ କେଜ୍ରିଓ୍ୱଲଙ୍କୁ କଡ଼ା ନିଶାନା କରିଛନ୍ତି।

ତାଙ୍କ କହିବା କଥା କେଜ୍ରିଓ୍ୱାଲଙ୍କ ଭଳି ବଡ଼ ମିଛୁଆ ଆଉ କେହି ନାହାନ୍ତି। ‘ମୋ ଦେଖିବାରେ କେଜରିୱାଲ ସବୁଠୁ ବଡ଼ ମିଛୁଆ । କେଜରିୱାଲ ଯାହା କୁହନ୍ତି ତାହା ପୂରଣ କରନ୍ତି ନାହିଁ ।

ଦିଲ୍ଲୀରେ ଦୁର୍ନୀତି: ଶାହଙ୍କ କହିବା କଥା କେଜ୍ରିଓ୍ୱାଲଙ୍କ ସରକାର ସମୟରେ ଦିଲ୍ଲୀରେ ଅଧିକ ଦୁର୍ନୀତି ହୋଇଛି। ଏହାସହ ମହଲା କ୍ଲିନିକ୍ ପ୍ରସଙ୍ଗ ଉଠାଇ ଆପକୁ ପ୍ରଶ୍ନ କରିଛନ୍ତି ଶାହ।

ମହଲା କ୍ଲିନିକ୍‌ରେ ଅସ୍ତ୍ରୋପଚାର ହେଉଛି କି ବୋଲି ପଚାରି ସମାଲୋଚନା କରିଥିଲେ ଶାହ । ଦିଲ୍ଲୀବାସୀଙ୍କ ସମ୍ପତ୍ତିରେ କିଛି ବି ବୃଦ୍ଧି ହୋଇନାହିଁ କିନ୍ତୁ କେଜ୍ରିୱାଲ ୫୧ କୋଟିର ଶିସମହଲ କରିଛନ୍ତି ।

କେବଳ ଏତିକି ନୁହେଁ ୨୪ ହଜାର ୪୦୦ କୋଟିର ଜଳ ବୋର୍ଡ ଦୁର୍ନୀତି କରିଛନ୍ତି କେଜ୍ରିୱାଲ । ସେ ଆହୁରି କହିଛନ୍ତି ବିଜେପିର ସଂସ୍କୃତି ହେଲା ଯାହା କହିବୁ ତାହା କରିବୁ । କିନ୍ତୁ ତାଙ୍କ ସଂସ୍କୃତି ହେଲା ପ୍ରତିଶ୍ରୁତି ଦେଇ ଟା ଟା ବାଏ ବାଏ କରିବା ।