ଆରାମ କରନ୍ତୁ ଲକ୍ଷ ଲକ୍ଷ ଦରମା ପାଆନ୍ତୁ: ଶୋଇବା, ଆଲିଙ୍ଗନ କରିବା, ଟିଭି ଦେଖିବା, ଆଇସକ୍ରିମ୍ ଖାଇବା ମଧ୍ୟ ଭଲ ଚାକିରି
ନୂଆଦିଲ୍ଲୀ: ଆଜିର ଦୁନିଆରେ ଶିକ୍ଷା, ଅର୍ଥ, ମେଡିକାଲ, ସଫ୍ଟୱେର, ଟେକ୍ସଟାଇଲ, ଗଣମାଧ୍ୟମ, ଫୁଡ୍ ପ୍ରୋସେସିଂ, ହସ୍ପିଟାଲିଟି, ଆଇନ, ଆଡଭର୍ଟାଇଜିଂ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରବଳ ମାତ୍ରାରେ ଚାକିରି ସୁଯୋଗ ରହିଛି । ତେବେ ଏପରି କିଛି ପ୍ରଫେସନ ରହିଛି ତାହା ବିଷୟରେ ଅଧିକାଂଶ ଲୋକ ଅଜ୍ଞାତ ଥାଆନ୍ତି । ଆପଣମାନେ ଆରାମ କରି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।
ପରସ୍ପରକୁ ଆଲିଙ୍ଗନ କରିବା ପାଇଁ ମଧ୍ୟ ଆପଣଙ୍କୁ ପଇସା ମିଳିବ । ଅଷ୍ଟ୍ରେଲିଆର ମିସୀ ରବିନସନ ନାମକ ଜଣେ ମାନସିକ ସ୍ୱାସ୍ଥ୍ୟ କାର୍ଯକର୍ତ୍ତା ଲୋକଙ୍କୁ ଆଲିଙ୍କନ କରି ଅର୍ଥ ରୋଜଗାର କରୁଛନ୍ତି । ସେ ଏଥିପାଇଁ ଗୋଟିଏ ରାତିକୁ ୧.୫ ଲକ୍ଷ ଟଙ୍କାରୁ ଅଧିକ ଫିସ୍ ଚାର୍ଜ କରିଥାନ୍ତି । ସେହିପରି ଗୋଟିଏ ପଟେ ପଇସା ରୋଜଗାର କରିବା ପାଇଁ ଆମେ ଦିନରାତି ଝାଳ ବୁହାଇବାରେ ବ୍ୟସ୍ତ ରହୁଥିବା ବେଳେ ଜାପାନର ଜଣେ ଯୁବକ କିଛି ନ କରିବା ପାଇଁ ବହୁତ ପଇସା ନେଇଥାନ୍ତି । ଉକ୍ତ ବ୍ୟକ୍ତି ଜଣଙ୍କ ଲୋକଙ୍କ ସହିତ ସମୟ ବିତାଇବା, ଭ୍ରମଣ କରିବା ଓ କଥା ଶୁଣିବା ପାଇଁ ଅର୍ଥ ନେଇଥାନ୍ତି ।
ଖାଲିରେ ଶୋଇ ରହିଲେ ଘର ଲୋକ ଆମକୁ ଗାଳି କରୁଥିବା ବେଳେ ଲଗଜରୀ ବେଡ କମ୍ପାନୀ କ୍ରାଫ୍ଟେଡ ବେଡସ ନିଜର ଫର୍ଣ୍ଣିଚରକୁ ଟେଷ୍ଟିଂ ପାଇଁ ଲୋକଙ୍କୁ ହାୟର କରିଥାଏ । କର୍ମଚାରୀଙ୍କୁ ଦିନରେ ୬ ଘଣ୍ଟା ଶୋଇବାକୁ ପଡ଼ିଥାଏ ଓ ଏଥିସହିତ ଟିଭି ଦେଖିବାର ବ୍ୟବସ୍ଥା ମଧ୍ୟ ହୋଇଥାଏ । ଏଥିପାଇଁ କମ୍ପାନୀ ତାଙ୍କୁ ମୋଟା ଅଙ୍କର ଦରମା ଦେଇଥାଏ । ଆପଣମାନେ ଲାଇବ୍ରେରିଆନ ପଦରେ ନିଯୁକ୍ତି ପାଇଁ ମାସକୁ ୨୦-୩୦ ହଜାର ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ସାମଗ୍ରୀକୁ ଠିକରେ ପରିଚାଳନା କରିବାର ଜ୍ଞାନ ଆପଣଙ୍କର ରହିଥିବା ଆବଶ୍ୟକ ।
ଯଦି ଆପଣଙ୍କ ଭଲ କଣ୍ଠସ୍ୱର ରହିଥିବ ଓ ଆପଣ ଅଲଗା ଅଲଗା ପ୍ରକାରର ସ୍ୱର ସୃଷ୍ଟି କରିପାରୁଥିବେ, ତେବେ ଆପଣ ଭଏସ୍ ଓଭର ଆର୍ଟିଷ୍ଟ ଭାବେ କାର୍ଯ୍ୟ କରିପାରିବେ । ବିଜ୍ଞାପନ, ଭିଡିଓ ଗେମ୍ସ, ଟେଲିଭିଜନ ବା ଫିଲ୍ମରେ ଆପଣ ଏହି ଚାକିରି କରି ଅଧିକ ଅର୍ଥ ରୋଜଗାର କରିପାରିବେ ।
ଆପଣ ଟେପ ଅପରେଟର ଭାବେ କାର୍ଯ୍ୟ ମଧ୍ୟ କରିପାରିବେ । ଏ କ୍ଷେତ୍ରରେ ଆପଣଙ୍କୁ ଟେପ ବକ୍ସ ସହିତ ଦିନରାତି ଗୋଟିଏ ଘରେ ବସିବାକୁ ପଡ଼ିବ ଓ ଡିଜିଟାଲ କପିକୁ ଏକ ସର୍ଭରରେ ଲଗାଇବାକୁ ପଡ଼ିବ । ଏହାକୁ ଫୁଲଟାଇମ୍ ଓ ପାର୍ଟ ଟାଇମ ଜବ୍ କରିହେବ । ଏଥିପାଇଁ କମ୍ପାନୀ ଟେପ ଅପରେଟରଙ୍କୁ ଘଣ୍ଟାରୁ ୨୫୦୦-୨୮୦୦ ଟଙ୍କା ହିସାବରେ ପ୍ରଦାନ କରିଥାଏ ।
ଆଇସକ୍ରିମ ଟେଷ୍ଟ କରି ମଧ୍ୟ ଆପଣ ଭଲ ଅର୍ଥ ରୋଜଗାର କରିପାରିବେ । ଉତ୍ସବ ସମୟରେ କମ୍ପାନୀ ବିଭିନ୍ନ ପ୍ରକାରର ଆଇସକ୍ରିମର ସ୍ୱାଦ ପରଖିବାକୁ ଆଇସକ୍ରିମ ଟେଷ୍ଟରଙ୍କୁ ହାୟର କରିଥାନ୍ତି । ଏହାଫଳରେ ଗ୍ରାହକଙ୍କୁ ଏହି ଆଇସକ୍ରିମ ପସନ୍ଦ ଆସିବ କି ନା ତାହା ଜଣାପଡ଼ି ଯାଇଥାଏ । ଏଥିସହିତ ଆଇସକ୍ରିମ ଟେଷ୍ଟର ଆଇସକ୍ରିମର ନୂଆ ଫ୍ଲେଭର୍ସ ଆବିସ୍କାର କରିଥାନ୍ତି । ଏଥିପାଇଁ ସେମାନଙ୍କୁ ବାର୍ଷିକ ୨୮-୭୮ ଲକ୍ଷ ଟଙ୍କା ମିଳିଥାଏ ।
ଫଟୋଶୁଟ, ଫିଲ୍ମ, ଟେଲିଭିଜନ ବିଜ୍ଞାପନ ଜରିଆରେ ଫୁଡ୍ ଆଇଟମଙ୍କୁ ସ୍ୱାଦିଷ୍ଟ ଭାବେ ପ୍ରଦର୍ଶିତ କରିବା ହେଉଛି ଫୁଡ୍ ଷ୍ଟାଇଲିଷ୍ଟଙ୍କର କାର୍ଯ୍ୟ । ମହଙ୍ଗା ରେଷ୍ଟୁରାଣ୍ଟର ଫୁଡକୁ ସ୍ୱାଦିଷ୍ଟ ଭାବେ ଦେଖାଇବା, ଗ୍ରାହକଙ୍କୁ ଆକର୍ଷିତ କରାଇବା ସେମାନଙ୍କର ମୁଖ୍ୟ କାର୍ଯ୍ୟ ହୋଇଥାଏ । ସେମାନେ କମ୍ପାନୀର ଫୁଡ୍ ସେଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏଥିପାଇଁ ସେମାନଙ୍କୁ ବାର୍ଷିକ ପାଖାପାଖି ୧୯-୭୫ ଟଙ୍କା ମିଳିଥାଏ ।