fbpx

ଆପଣଙ୍କର ନିଦ ସମସ୍ୟା ରହିଛି କି, ୪୦ ବର୍ଷ ତଳର ଏହି ସିକ୍ରେଟ ଟ୍ରିକ୍ ତୁରନ୍ତ ଆପ୍ଲାଏ କରନ୍ତୁ, ବେଡରେ ପଡ଼ୁ ପଡ଼ୁ ଆସିଯିବ ନିଦ

ନୂଆଦିଲ୍ଲୀ: ଏପରି କିଛି ଲୋକ ଥାଆନ୍ତି ଯେଉଁମାନଙ୍କଠାରେ ନିଦ ସମସ୍ୟା ରହିଥାଏ । ସେମାନେ ଘଣ୍ଟା ଘଣ୍ଟା ବେଡରେ ପଡ଼ି ରହିବା ପରେ ନିଦ ଆସି ନଥାଏ । ଫଳରେ ସେମାନେ ଏହି କାରଣରୁ ବିଭିନ୍ନ ପ୍ରକାର ଶାରୀରିକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏକ ସର୍ଭେରୁ ଜଣାପଡ଼ିଛି ଯେ, ୩୫ ପ୍ରତିଶତ ଲୋକ ରାତିରେ ୭ ଘଣ୍ଟାରୁ କମ୍ ସମୟ ଶୋଇଥାନ୍ତି । ନିଦହୀନତା କାରଣରୁ ଲକ୍ଷ ଲକ୍ଷ ଲୋକ ମୋଟାପା, ହୃଦରୋଗ, ଡାଇବେଟିସ ପରି ବିମାରୀରେ ଆକ୍ରାନ୍ତ ହୋଇଥାନ୍ତି । ଏହାଦ୍ୱାରା ଆପଣଙ୍କର ପ୍ରଡକ୍ଟିଭ୍ ମଧ୍ୟ ହ୍ରାସ ପାଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା ଯୁକ୍ତରାଷ୍ଟ୍ର ଆମେରିକାର ଆର୍ମିର ଏକ ଖାସ୍ ଟେକନିକ୍ ବିଷୟରେ ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଆମେରିକାର ସୈନ୍ୟମାନେ ଯୁଦ୍ଧ ବା ଖାସ୍ ପରିସ୍ଥିତି ସମୟରେ ଏହି ଟ୍ରିକର ଉପଯୋଗ କରିଥାନ୍ତି । ଏହି ଟ୍ରିକ ବିଷୟରେ ପ୍ରଥମ ଥର ପାଇଁ ୧୯୮୧ରେ ଏକ ପୁସ୍ତକରେ ପ୍ରକାଶ ପାଇଥିଲା । ଦୁଇ ମିନିଟ ମଧ୍ୟରେ ନିଦ ଆସିବା ପାଇଁ ଉକ୍ତ ପୁସ୍ତକରେ ବିଭିନ୍ନ ଟେକନିକ୍ ବିଷୟରେ କୁହାଯାଇଥିଲା ।

ଏହି ଟ୍ରିକରେ ମାଂସପେଶୀ, ଆରାମ, ଶ୍ୱାସ ଓ ଭିଜୁଆଲାଇଜେସନ ଅନ୍ତର୍ଭୁକ୍ତ ରହିଛି । ଏଥିପାଇଁ ଆପଣ ପ୍ରଥମେ ଶେଯରେ ବସି ଯାଆନ୍ତୁ । ଏହି ସମୟରେ କେବଳ ବେଡସାଇଡ୍ ଲାଇଟକୁ ଅନ୍ କରନ୍ତୁ । ଫୋନକୁ ସାଇଲେଣ୍ଟ ମୋଡ଼ରେ ରଖି ସକାଳ ପାଇଁ ଆଲାର୍ମ ସେଟ୍ କରନ୍ତୁ । ଧୀରେଧୀରେ ଚେହେରାର ମାଂସପେଶୀକୁ ଆରାମ ଦିଅନ୍ତୁ । ପ୍ରଥମେ ତାହାକୁ ଟାଇଟ୍ କରନ୍ତୁ ଓ ପରେ ଧୀରେଧୀରେ ଢିଲା କରି ଛାଡ଼ନ୍ତୁ । ନିଜର କାନ୍ଧକୁ ପ୍ରାକୃତି ଭାବେ ତଳ ଆଡ଼କୁ ଯିବାକୁ ଦିଅନ୍ତୁ । ନିଜର ଶ୍ୱାସକୁ ଭିତରକୁ ନିଅନ୍ତୁ ଓ ବାହାରକୁ ଛାଡ଼ନ୍ତୁ । ନିଜର ଶ୍ୱାସର ଶବ୍ଦକୁ ଶୁଣନ୍ତୁ । ପ୍ରତ୍ୟେକ ଶ୍ୱାସ ସହିତ ଛାତିକୁ ଆରାମ ଦିଅନ୍ତୁ ଓ ଜଙ୍ଘ ଓ ପାଦକୁ ଆରାମ ଦିଅନ୍ତୁ ।

ଯେତେବେଳେ ଆପଣଙ୍କର ଶରୀର ସମ୍ପୂର୍ଣ୍ଣ ଭାବେ ଢିଲା ପଡ଼ିଯିବ, ସେତେବେଳେ ଆପଣ ନିଜର ମସ୍ତିଷ୍କକୁ ୧୦ ସେକେଣ୍ଡ ପାଇଁ ସଫା କରିବାକୁ ଚେଷ୍ଟା କରନ୍ତୁ । ଯଦି ମନରେ କୌଣସି ସ୍ୱାଭାବିକ ବିଚାର ଆସେ, ତାକୁ ଛାଡ଼ି ଦିଅନ୍ତୁ ଓ ଶରୀରକୁ ଢିଲା ଛାଡ଼ି ଦିଅନ୍ତୁ । ଏପରି ଭାବେ କିଛି ସେକେଣ୍ଡ ମଧ୍ୟରେ ଆପଣଙ୍କର ଦିଲ-ଦିମାଗ ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହୋଇଯିବ ।

ଏବେ ଆଖି ବନ୍ଦ କରି କୌଣସି ଦୁଇଟି ଜିନିଷର ଭିଜୁଆଲାଇଜେସନ କରନ୍ତୁ । ଆପଣ ନୀଳ ଆକାଶ ତଳେ ଏକ ଶାନ୍ତ ହ୍ରଦରେ ଏକ ଡଙ୍ଗାରେ ଶୋଇ ରହିଛନ୍ତି ବା ଏକ ଅନ୍ଧକାର କୋଠରୀରେ ଏକ ମଖମଲି ଦୋଳିରେ ଧୀରେଧୀରେ ଝୁଲୁଛନ୍ତି ଏପରି ଅନୁଭବ କରନ୍ତୁ । ଯଦି ଆପଣ ସହଜରେ ଭିଜୁଆଲାଇଜେସନ କରୁନାହାନ୍ତି, ତେବେ ୧୦ ସେକେଣ୍ଡ ପାଇଁ ଏକ ଖାସ୍ କଥା ‘କୁଚ୍ଛ ମତ ସୋଚୋ’ ତିନି ଥର କୁହନ୍ତୁ । ଏବେ ଧୀରେ ଧୀରେ ବେଡରେ ଶୋଇ ଯାଆନ୍ତୁ, ଦେଖିବେ କିଛି ମିନିଟ ମଧ୍ୟରେ ଆପଣଙ୍କୁ ନିଦ ଆସିଯିବ । ପ୍ରଥମେ ଆପଣଙ୍କୁ ଲାଗିବ ଏହି ଟ୍ରିକ କାମ କରୁନାହିଁ । ମାତ୍ର ୯ ଦିନ ମଧ୍ୟରେ ଆପଣଙ୍କ ଶରୀର ଏହାକୁ ଗ୍ରହଣ କରିବାରେ ଲାଗିବ । ଆପଣ ନିଜକୁ ଏତେ ଥକ୍କା ଅନୁଭବ କରିବେ ଯେ ଶେଯରେ ପଡ଼ୁ ପଡ଼ୁ ନିଦ ଆସିଯିବ । ପରବର୍ତ୍ତୀ ଦିନ ଆପଣ ନିଜକୁ ବହୁତ ଫ୍ରେସ୍ ଅନୁଭବ କରିବେ ।

Get real time updates directly on you device, subscribe now.