fbpx

ଦୈନିକ ୧୩୧ ଟଙ୍କା ଜମା କରି ଆପଣ ହୋଇପାରିବେ ଲକ୍ଷପତି, ଜାଣନ୍ତୁ କିପରି

ଯଦି ଆପଣ ନିଜ କନ୍ୟାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିବେଶ କରିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଯୋଜନାରେ ଆପଣ ଦିନକୁ ମାତ୍ର ୧୩୧ ଟଙ୍କା ଜମାରଖି ଲକ୍ଷପତି ହୋଇପାରିବେ । ‘ସୁକନ୍ୟା ସମୃଦ୍ଧି ଯୋଜନା’ରେ ଏହି ସୁଯୋଗ ରହିଛି । କନ୍ୟା ମାନଙ୍କ ଭବିଷ୍ୟତ ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।

୧୦ ବର୍ଷ ବୟସ ପର୍ଯ୍ୟନ୍ତ ଜଣେ ଝିଅ ନାମରେ ଏହି ଆକାଉଣ୍ଟ ଖୋଲାଯାଇ ପାରିବ । ତା’ପରେ ଝିଅର ବୟସ ୨୧ ବର୍ଷ ହେବା ପରେ ଏହି ସ୍କିମର ମାଚ୍ୟୁରିଟି ହେବ । ୧୮ ବର୍ଷ ବୟସ ହେବା ପରେ ଜଣେ ଚାହିଁଲେ ସ୍କିମ ନିବେଶ ଅର୍ଥର ୫୦ ପ୍ରତିଶତ ଉଠାଇ ପାରିବ । ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ୧୫ ବର୍ଷ ପର୍ଯ୍ୟନ୍ତ ଅର୍ଥ ଜମା କରାଯିବ । ମାତ୍ର ଆକାଉଣ୍ଟଧାରୀଙ୍କୁ ୨୧ ବର୍ଷ ପର୍ଯ୍ୟନ୍ତ ସୁଧ ମିଳିଥାଏ । ସର୍ବନିମ୍ନ ୨୫୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧.୫ ଲକ୍ଷ ଟଙ୍କା ଆପଣ ଏଥିରେ ଜମା କରିପାରିବେ । ଯେତେ କମ ବୟସରୁ ଆପଣ ନିବେଶ କରିବେ, ସେତିକି ଲାଭ ଆପଣ ଏଥିରୁ ଉଠାଇ ପାରିବେ । ଉଦାହରଣ ସ୍ୱରୂପ- ଯଦି ଆପଣ ଦୈନିକ ୧୩୧ ଟଙ୍କା ଜମା କରୁଛନ୍ତି, ମାସକୁ ମୋଟ ୩୯୩୦ ଟଙ୍କା ଜମା ହେବ । ଏହିପରି ଆପଣ ୧୫ ବର୍ଷ ଧରି ଜମି କରି ଚାଲିବେ । ପରବର୍ତ୍ତୀ ସମୟରେ ଆପଣ ୨୧ ବର୍ଷ ପରେ ୭.୬ ପ୍ରତିଶତ ସୁଧ ହିସାବରେ ଅର୍ଥ ପାଇପାରିବେ ।

Get real time updates directly on you device, subscribe now.