fbpx

ହଜିଥିବା ଓ ଚୋରି ହୋଇଥିବା ମୋବାଇଲ ମିଳିପାରିବ: ଓଡ଼ିଶା ପୋଲିସ ଜାରି କଲା ବିଜ୍ଞପ୍ତି, CEIR ପୋର୍ଟାଲରେ ଅଭିଯୋଗ କରନ୍ତୁ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ମୋବାଇଲର ବ୍ୟବହାର ବଢ଼ିବାରେ ଲାଗିଥିବା ବେଳେ ସେହି ଅନୁପାତରେ ମୋବାଇଲ ଚୋରି ମାମଲା ମଧ୍ୟ ଦେଖିବାକୁ ମିଳୁଛି । ଅଧିକ ଦାମ୍ ଦେଇ କିଣିଥିବା ମୋବାଇଲ ହଠାତ୍ ହଜିଗଲେ ବା ଚୋରି ହୋଇଗଲେ ସେ ଦୁଃଖ ନ କହିବା ଭଲ । ଏହାଛଡ଼ା ଆଜିକାଲି ସ୍ମାର୍ଟଫୋନରେ ଅଧିକାଂଶ ଲୋକ, ନିଜର ନେଟ୍ ବ୍ୟାଙ୍କିଂ, ଅନଲାଇନ୍ ଆପ ଓ ବ୍ୟକ୍ତିଗତ ତଥ୍ୟ ରଖୁଛନ୍ତି । ତେଣୁ ଏଭଳି ସ୍ଥିତିରେ ପ୍ରାଇଭେସିକୁ ନେଇ ଆଶଙ୍କା ସୃଷ୍ଟି ହୋଇଥାଏ ।

ତେବେ ଏହି ସମସ୍ୟା ଆଉ ରହିବ ନାହିଁ । ଏଣିକି ଜନସାଧାରଣ ସେମାନଙ୍କର ହଜିଥିବା ଓ ଚୋରି ହୋଇଥବା ଫୋନକୁ ଫେରସ୍ତ ପାଇ ପାରିବେ । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦୂର ସଞ୍ଚାର ବିଭାଗ ପକ୍ଷରୁ ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟ୍ରି (ସିଇଆଇଆର) ନାମକ ଏକ ଅଫିସିଆଲ ପୋର୍ଟାଲ ଲଞ୍ଚ କରାଯାଇଛି । ଏହି ପୋର୍ଟାଲରେ ଆପଣ ପଞ୍ଜିକରଣ କରି ନିଜର ହଜିଥିବା, ଚୋରି ହୋଇଥିବା ମୋବାଇଲକୁ ଫେରି ପାଇବେ ।

ସାଧାରଣ ଭାବେ ଏହି ପୋର୍ଟାଲ ସମସ୍ତ ମୋବାଇଲ ୟୁଜର୍ସଙ୍କ ଆଇଏମଇଆଇ ଡାଟାବେସ ସହ ଲିଙ୍କ ରହିଥାଏ । ଏହି ପୋର୍ଟାଲକୁ ଯାଇ ଆପଣମାନେ ନିଜର ସମସ୍ୟାର ଅଭିଯୋଗ କରିପାରିବେ । ଆପଣମାନେ ନିଜର ହଜିଥିବା, ଚୋରି ମୋବାଇଲ ଡିଭାଇସକୁ ବ୍ଲକ କରିପାରିବେ । ମୋବାଇଲ ମିଳିଗଲା ପରେ ପୁଣି ଥରେ ତାହାକୁ ବ୍ୟବହାର ଯୋଗ୍ୟ କରାଇ ପାରିବେ । ତେବେ ଏଥିପାଇଁ ୟୁଜର୍ସଙ୍କୁ ଏକ ଫର୍ମ ପୂରଣ କରି ପୋର୍ଟାଲରେ ଅନଲାଇନରେ ଜମା କରିବାକୁ ପଡ଼ିବ । ମୋବାଇଲ ଚୋରି ନେଇ ଆପଣଙ୍କୁ ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ପଡ଼ିବ ।

ଏଥିପାଇଁ ଆପଣଙ୍କୁ https://www.ceir.gov.in/Home/index.jsp ୱେବସାଇଟକୁ ଯିବାକୁ ପଡ଼ିବ । ଏହାପରେ Block Stolen / Lost Mobile ଉପରେ କ୍ଲିକ କରି ଆବଶ୍ୟକ ତଥ୍ୟ ପ୍ରଦାନ କରିବେ । ତା’ପରେ ସବମିଟ୍ ଉପରେ କ୍ଲିକ୍ କରିବେ । ଏହାପରେ ଆପଣଙ୍କୁ କିଛି ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼ିବ ।

Get real time updates directly on you device, subscribe now.