CHARIDHAM

Breaking: ରୁଟି ଦେବାରେ ବିଳମ୍ୱ ହେବାରୁ ଓ୍ୱେଟେରଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବକ

ସାମାନ୍ୟ ରୁଟି ପାଇଁ ପିଟିପିଟି ଲହୁ ଲୁହାଣ କରିପକାଇଲେ। ଖାଇବା ଦେବାରେ ବିଳମ୍ୱ ହେବାରୁ ହୋଟେଲର ଓ୍ୱେଟେରଙ୍କୁ ଗାଇ ଗୋରୁ ପିଟିଲା ଭଳି ପିଟି ପକାଇଲେ ୨ ଯୁବକ। CCTV ଆଧାରରେ ପୋଲିସର ତଦନ୍ତ ଜାରି।

ଭୁବନେଶ୍ୱର: ରୁଟି ପାଇଁ ହୋଟେଲରେ ତୁମୁଳକାଣ୍ଡ। ଓ୍ୱେଟେରଙ୍କୁ ଅଦା ରସୁଣ ଛେଚିଲା ଭଳି ଛେଚି ଦେଇଗଲେ ୨ ଯୁବକ। ତାହା ପୁଣି ସାମାନ୍ୟ ରୁଟି ଦେବାରେ ବିଳମ୍ୱ ହେବାରୁ।

ଘଟଣା ଘଟିଛି ଭୁବନେଶ୍ୱରରେ। ଶନିବାର ରାତିରେ ଘାଟିକିଆ ଅଞ୍ଚଳରେ ଥିବା ଏକ ହୋଟେଲକୁ ୨ଜଣ ଯୁବକ ରାତ୍ରି ଭୋଜନ କରିବାକୁ ଯାଇଥିବା ବେଳେ, ଓ୍ୱେଟରଙ୍କ ଉପରକୁ କରିଥିଲେ ଆକ୍ରମଣ।

ଅର୍ଡର ଦେବାର କିଛି ସମୟ ଭିତରେ ଖାଇବା ଆସି ନଥିଲା। ରୁଟି ମାଗିବାରୁ ଓ୍ୱେଟର ବିଳମ୍ୱରେ ରୁଟି ଆଣିଥିଲେ। ଫଳରେ ଉତ୍ୟକ୍ତ ହୋଇଯାଇଥିଲେ ୨ ଯୁବକ। ଆଉ କିଛି କଥା ବାର୍ତ୍ତା ନକରି ସିଧା ଓ୍ୱେଟେରଙ୍କୁ ପିଟି ଚାଲିଲେ।

ଗାଇ ଗୋରୁଙ୍କୁ ପିଟିଲା ପରି ନିର୍ଦ୍ଧୁମ ଛେଚିଲେ। ଆଉ ହୋଟେଲରୁ ଚାଲିଗଲେ। ପରେ ହୋଟେଲ ମାଲିକ ଘଟଣା ସମ୍ପର୍କରେ ଥାନାରେ ଜଣାଇଥିଲେ। ପୋଲିସ ଆସି CCTV ଆଧାରରେ ତଦନ୍ତ ଆରମ୍ଭ କରିଛି।