ଭାଲେଣ୍ଟାଇନ୍ସ ଡେ’ରେ ଏକ୍ସ-ବୟଫ୍ରେଣ୍ଡଙ୍କଠାରୁ ଏମିତି ପ୍ରତିଶୋଧ ନେଲେ ଯୁବତୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାଲେଣ୍ଟାଇନ୍ସ ଡେ’ରେ, ଜଣେ ୨୪ ବର୍ଷୀୟା ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କଠାରୁ ବ୍ରେକ୍‌ଅପ୍‌ ପାଇଁ ଏପରି ପ୍ରତିଶୋଧ ନେଇଥିଲେ ଯେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗୁରଗାଓଁର ଏହି ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କ ଘରକୁ ୧୦୦ ଟଙ୍କା ପିଜା ଡେଲିଭରି ପାଇଁ ଅର୍ଡର କରିଥିଲେ। ମଜାଦାର କଥା ହେଉଛି, ପିଜା ମଧ୍ୟ ଡେଲିଭରି କରାଯାଇଥିଲା। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ, ମ୍ୟାଜିକପିନ ଫୁଡ ଡେଲିଭରି ଆପର ଏଜେଣ୍ଟ ଗ୍ରାହକଙ୍କ ଘରର ଦ୍ୱାର ବାହାରେ ପିଜା ବକ୍ସ ଜମା କରୁଛନ୍ତି। ଭିଡିଓରେ ଆପଣ ଦେଖିବେ ଯେ, ଡେଲିଭରି ବୟ ଶିଡ଼ି ଚଢ଼ି ସାବଧାନତାର ସହ ଖାଦ୍ୟ ବକ୍ସଗୁଡ଼ିକୁ ମୁଖ୍ୟ ଦ୍ୱାର ପାଖରେ ସଜାଡ଼ି ରଖୁଛନ୍ତି।

ଟାଇମ୍ସ ଏଲଜେବ୍ରା ନାମକ ଟୁଇଟର ହ୍ୟାଣ୍ଡେଲରେ ଏହି ଭିଡିଓଟି ସେୟାର କରାଯାଇ ଏଥିରେ କ୍ୟାପଶନ ଲେଖାଯାଇଛି, ଭାଲେଣ୍ଟାଇନ୍ସ ଡେ’ରେ ଝିଅଟି ତାଙ୍କ ପୂର୍ବତନ ପ୍ରେମିକଙ୍କ ଉପରେ ପ୍ରତିଶୋଧ ନେଇଛି। ଗୁରଗାଓଁର ୨୪ ବର୍ଷୀୟା ଆୟୁଷୀ ରାଓ୍ବତ ଭାଲେଣ୍ଟାଇନ୍ସ ଡେ’ରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ଘରକୁ ୧୦୦ଟି ପିଜା ଅର୍ଡର କରିଥିଲେ, ଯାହା ପାଇଁ ସେ ଟଙ୍କା ଦେଇ ନ ଥିଲେ। ଏହା ସହିତ ଏହା ମଧ୍ୟ ଜଣାପଡ଼ିଛି ଯେ, ସେକ୍ଟର ୫୩ର ବାସିନ୍ଦା ଯଶ ସାଂଘଭିଙ୍କର ଏହି ବିଷୟରେ ଡେଲିଭରି ଏଜେଣ୍ଟଙ୍କ ସହ ଯୁକ୍ତିତର୍କ ହୋଇଥିଲା।

ପୋଷ୍ଟରେ କିଛି ଲୋକ ଏହାକୁ ଖାଦ୍ୟ ବିତରଣ ଆପ କମ୍ପାନୀର ଏକ ମାର୍କେଟିଂ ଷ୍ଟଣ୍ଟ୍‌ ବୋଲି କହୁଥିବା ବେଳେ, କିଛି ୟୁଜର ଏହାକୁ ହାଲୁକା ଭାବରେ ନେଉଛନ୍ତି ଏବଂ ଝିଅଟିର ପଦକ୍ଷେପକୁ ଏକ ମାଷ୍ଟରଷ୍ଟ୍ରୋକ ବୋଲି କହୁଛନ୍ତି। ସେହି ସମୟରେ, କିଛି ୟୁଜର ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ, ଏତେ ବଡ଼ ଅର୍ଡର ନଗଦ ଆଧାରରେ କିପରି ବଣ୍ଟା ଗଲା।