ମନ୍ଦିର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୋଲିସର ଛାନଭିନ 

ମନ୍ଦିରରେ ଯୁବତୀଙ୍କ ମୃତଦେହ, ଜାଣନ୍ତୁ ଡିଟେଲ୍ସ

ସୋର: ମନ୍ଦିର ଭିତରୁ ଯୁବତୀଙ୍କର ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତଦେହ। ବାହାନଗା ପଥରପେଣ୍ଠ ଏନଏଚ ୧୬ କଡ଼ରେ ଥିବା ମନ୍ଦିରରୁ ଯୁବତୀଙ୍କର ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ବିଷୟରେ ନିଜେ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହ ଯୁବତୀଙ୍କ ମୃତ୍ୟୁ କିପରି ଘଟିଛି ସେ ସମ୍ପର୍କରେ ତଦନ୍ତ ଚଳାଇଛି ପୋଲିସ। ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଯେ, ସେ ନିଜେ ପ୍ରାଣ ହରାଇଛନ୍ତି କି, ତାଙ୍କୁ ହତ୍ୟା କରାଯାଇ, ପ୍ରାଣ ହାରିବା ଦର୍ଶାଯାଇଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ଏହା ଜଣାପଡ଼ିବ।