fbpx

ଏହି ଭୁଲ ପାଇଁ ନଷ୍ଟ ହୋଇପାରେ ଆପଣଙ୍କ କ୍ୟାରିୟର, ୫ଟି କଥାକୁ ଗୁରୁତ୍ୱ ଦିଅନ୍ତୁ

Advertisement

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ନିଜ ଜୀବନରେ ସଫଳତା ପାଇବାକୁ ଚାହିଁଥାନ୍ତି । ସମାଜରେ ମାନ ସମ୍ମାନ ସହ ମୁଣ୍ଡ ଉଠାଇ ଚାଲିବା କାହାକୁ ବା ପସନ୍ଦ ନୁହେଁ କହିଲେ ? ଏଥିପାଇଁ ସେମାନେ ଦିନ ରାତି ପରିଶ୍ରମ କରିବାକୁ ମଧ୍ୟ ପଛାଇ ନଥାନ୍ତି । ପ୍ରାୟ ସମସ୍ତଙ୍କ ଜୀବନରେ ଛୋଟ ବଡ଼ ଷ୍ଟ୍ରେସ୍ ରହିଥାଏ । ଏହା ସତ୍ତ୍ୱେ ଲୋକମାନେ ଏହାର ମୁକାବିଲା କରି ଜୀବନରେ ଆଗକୁ ବଢ଼ିଥାନ୍ତି । ବେଳେ ବେଳେ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ପ୍ରଗତି ମନ୍ଥର ଗତିରେ ଚାଲିଥାଏ । ବ୍ୟକ୍ତି ଜଣା ଅଜଣାତରେ ଏପରି କିଛି ଭୁଲ କରିଥାଏ ଯାହା ସେମାନଙ୍କ କ୍ୟାରିୟର ନଷ୍ଟ କରିପାରେ ।

୧. କେବେ ବି ଏକା ସାଙ୍ଗେ ଅନେକ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏମିତିରେ ଆପଣ ଘାବରେଇ ଯିବେ ଏବଂ ଗୋଟିଏ ବି କାର୍ଯ୍ୟ ଠିକରେ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ଏକା ସାଙ୍ଗରେ ଅନେକ କାର୍ଯ୍ୟ କରିବା ଦ୍ୱାରା ମନ ସ୍ଥିର ନ ରହି ବିଚଳିତ ରହିଥାଏ । ଫଳରେ ଆମେ କିଛି ନା କିଛି ଭୁଲ କରିବାର ସମ୍ଭାବନା ରହିଛି ।

୨. ଆଜିକାଲିି ସୋସିଆଲ ମିଡିଆ ବ୍ୟକ୍ତିକୁ ନିୟନ୍ତ୍ରଣ କରିବାରେ ଲାଗିଛି । ସେସିଆଲ ମିଡିଆରେ ଅଧିକାଂଶ ବ୍ୟକ୍ତି ନିଜ ବାସ୍ତବତା ଲୁଚାଇଥାନ୍ତି । ସୋସିଆଲ ମିଡିଆର ନିଶା ବ୍ୟକ୍ତିକୁ ଲକ୍ଷ ପଥରୁ ଭ୍ରମିତ କରିଥାଏ । ତେଣୁ ଯେତିକି ଆବଶ୍ୟକ ସେତିକି ସୋସିଆଲ ମିଡିଆ ବ୍ୟବହାର କରନ୍ତୁ ।

୩. କିଛି ବ୍ୟକ୍ତି ପ୍ରତ୍ୟେକ କାମରେ ପର୍ଫେକସନ୍ ଦେଖିଥାନ୍ତି । ଆମକୁ ମନେ ରଖିବାକୁ ହେବ ଯେ ସବୁବେଳେ ଏହା ସମ୍ଭବ ହୋଇନଥାଏ । ସବୁ ଜିନିଷ ପରଫେକ୍ଟ କରିବା ଚକ୍କରରେ ଆମେ ସବୁବେଳେ ଚାପଗ୍ରସ୍ତ ରହିଥାଉ । କାର୍ଯ୍ୟର୍ରେ ସବୁବେଳେ ପର୍ଫେକସନକୁ ଦେଖିବା ପରିବର୍ତ୍ତେ ସେଥିରେ ନିଜ ବେଷ୍ଟ୍ ଦେବାକୁ ଚେଷ୍ଟା କରନ୍ତୁ ।

୪. ଜୀବନରେ ଏକ ଲକ୍ଷ ସ୍ଥିର କରନ୍ତୁ । ଏହା ଉପରେ ଆପଣଙ୍କ କ୍ୟାରିୟର ନିର୍ଭର କରିଥାଏ । ନିଜ ଲକ୍ଷ ଆଧାରରେ ପରିଶ୍ରମ କରନ୍ତୁ । ବିନା କୌଣସି ଲକ୍ଷରେ ଜୀବନ ପଥଭ୍ରଷ୍ଟ ହେବା ପରି ମନେ ହୁଏ ଏବଂ ସଫଳତା ପ୍ରାପ୍ତ କରିବା କଷ୍ଟକର ହୋଇଥାଏ ।

୫. ଆତ୍ମବିଶ୍ୱାସର ଅଭାବ କେବଳ ବ୍ୟକ୍ତିତ୍ୱ ଉପରେ ନୁହେଁ ବରଂ କ୍ୟାରିୟର ଉପର ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ । ବ୍ୟକ୍ତି ଜଣଙ୍କ ଯେତେ ଉଚ୍ଚ ଶିକ୍ଷିତ, ପ୍ରତିଭାବାନ ଓ ସାମର୍ଥ୍ୟବାନ ଥିଲେ ମଧ୍ୟ ଆତ୍ମବିଶ୍ୱାସର ଅଭାବ ତାକୁ ଆଗକୁ ବଢ଼ିବା ପାଇଁ ଅଟକାଇ ଥାଏ । ବ୍ୟକ୍ତିର ମନରେ ହୀନ ଭାବନା ଉତ୍ପନ୍ନ ହୋଇଥାଏ ।

 

Get real time updates directly on you device, subscribe now.