FeaturedTOP STORIES

ଗୁମ୍ଫାରୁ ଶୁଭେ ଡ଼ମ୍ବରୁ ଶବ୍ଦ

ଭାରତ ଏମିତି ଏକ ରହସ୍ୟମୟ ଦେଶ, ଯେଉଁଠାରେ କି ଭରି ହୋଇ ରହିଛି ଅନେକ ଅକୁହା ଅଜଣା କଥା । ଏହି ସବୁ କଥାର ରାଜ୍ କେହିବି ଜାଣନ୍ତିନି । ଏମିତି ଏକ ରହସ୍ୟ ରହିଛି ହିମାଚଳପ୍ରଦେଶର ସୋଲନ ଜିଲ୍ଲା ଠାରୁ ପ୍ରାୟ ୭ କିମି ଦୂର ଭଗବାନ ଶିବ ମନ୍ଦିରରେ । ଏହି ଦେବଭୂମିରେ ପାହାଡ଼ ମଝିରେ ଏମିତି ଏକ ରହସ୍ୟମୟ ଗୁମ୍ଫା ରହିଛି, ଯାହାମଧ୍ୟରୁ ଡମ୍ବରୁ ଶବ୍ଦ ଶୁଣିବାକୁ ମଳିଥାଏ । ଏହାଠୁ ବଳି ରହସ୍ୟ ହେଉଛି ଏହା ମଧ୍ୟରେ ରହିଥିବା ଶିବାଳୟର ଶିବଲିଙ୍ଗ । ଏହି ଗୁମ୍ଫା ବିଷୟରେ ବେଶୀ କେହି ଲୋକ ଜାଣନ୍ତିନି । ଏହି ଗୁମ୍ଫାକୁ ଶିବଢାଙ୍କ ନାମରେ କୁହାଯାଏ । ଗୁମ୍ଫା ନିକଟକୁ ଯିବା ପାଇଁ ଦୁର୍ଗମ ରାସ୍ତା ଅତିକ୍ରମ କରି ଯିବାକୁ ପଡ଼େ । ଏହି ଗୁମ୍ଫା ଭିତରୁ ନିରନ୍ତର ଭାବେ ଧଳା ପାଣି ବାହାରେ । ଆଶ୍ଚର୍ଯ୍ୟର କଥା ହେଉଛିକି ଏହି ପାଣି ଗୁମ୍ଫା ଭିତରେ ରହିଥିବା ଛାତର ଚାରି ସ୍ତନବାଲା ପଥରରୁ ଝରିଥାଏ । ଏହି ସ୍ତନରୁ ଦୁଇଟି ଭାଙ୍ଗିଯାଇଥିବାବେଳେ ଦୁଇଟିରୁ ନିରନ୍ତର ଭାବେ ଧଳା ପାଣି ଶିବଙ୍କ ଉପରେ ଝରୁଥାଏ । ଗୁମ୍ଫାର ପ୍ରବେଶ ଦ୍ୱାରରେ ଏକ ବିଶାଳ ଶିଳା ରହିଛି । ଏହାକୁ ବଜାଇଲେ ଭିତରୁ ଡମ୍ବରୁ ଶବ୍ଦ ଶୁଭେ ।

Show More

Related Articles

Leave a Reply

Your email address will not be published. Required fields are marked *

Close