fbpx

ଦୋଳ ପୂର୍ଣ୍ଣିମା ପାଇଁ ବିଏମସି ପକ୍ଷରୁ ଆସିଲା ଗାଇଡଲାଇନ୍, ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୨ା୩ (ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ପଜିଟିଭଙ୍କ ସଂଖ୍ୟା ୧୦୦ ଟପିଯାଇଛି । ତେଣୁ କୋଭିଡ କଣକଣାରେ ଦୋଳ ପୂର୍ଣ୍ଣିମା ପାଳନ କରାଯିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବିଏମସି ଗାଇଡଲାଇନ୍ ଅନୁଯାୟୀ, ଦୋଳ ବିମାନ ଶୋଭାଯାତ୍ରାରେ ଉପରେ କଟକଣା ଲାଗୁ କରାଯାଇଛି । ଯାତ୍ରାରେ ସାମିଲ ହେଉଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସର୍ବାଧିକ ୬ ଜଣଙ୍କୁ ଯାତ୍ରାରେ ଯିବା ପାଇଁ ଅନୁମତି ମିଳିଛି । ଦୋଳ ବିମାନ ଯିବା ସମୟରେ ବାଦ୍ୟଯନ୍ତ୍ରକୁ ନିଷେଧ କରାଯାଇଥିବା ବେଳେ ୫୦ରୁ ୬୦ ଜଣଙ୍କୁ ଅନୁମତି ମିଳିଛି । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.