ନୂଆବର୍ଷ ଆଗମନରେ ପୁରୀରେ ଭିଡ, ବାହାର କାଠ ନିକଟରେ ଠେଲାପେଲା, ୧୦ ଜଣ ଅସୁସ୍ଥ

ବାହାର ଓ ଭିତର, ସବୁଠି ଲୋକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଛି । ଏହି ଭିଡ ପାଇଁ ଶ୍ରୀଜୀଉଙ୍କ ବାହାର କାଠ ନିକଟରେ ମଧ୍ୟ ଭିଡ ପ୍ରବଳ ହେବାରୁ ଭକ୍ତଙ୍କ ମଧ୍ୟରେ ଠେଲାପେଲା

ପୁରୀ- ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଗହଳି । ସୋମବାର ସତ୍ତେ୍ୱ ଭିଡ ପାଇଁ ମନ୍ଦିର ଭିତରେ ଠେଲାପେଲା । ଏଥିରେ ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିରର ବାହାର କାଠ ନିକଟରେ ଠେଲାପେଲା ହେବାରୁ ଅଣନିଶ୍ୱାସୀ ହୋଇପଡି ଅସୁସ୍ଥ ହୋଇଛନ୍ତି ୧୦ ଜଣ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୨୦୨୪ର ଆଜି ଶେଷ ସୋମବାର । ମଝିରେ ଦିନ ଗୋଟିଏ ନୂଆ ବର୍ଷ ଆସିବାକୁ । ନୂଆବର୍ଷରେ ଜଗନ୍ନାଥ ଦର୍ଶନ ସହ ଛୁଟି ମନେଇବାକୁ ପୁରୀରେ ଲୋକଙ୍କ ଗହଳି ଲାଗିଛି । ଏହି ଗହଳି ଆଜି ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ।

ବାହାର ଓ ଭିତର, ସବୁଠି ଲୋକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଛି । ଏହି ଭିଡ ପାଇଁ ଶ୍ରୀଜୀଉଙ୍କ ବାହାର କାଠ ନିକଟରେ ମଧ୍ୟ ଭିଡ ପ୍ରବଳ ହେବାରୁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।

ଫଳରେ ଅଣନିଶ୍ୱାସୀ ହୋଇପଡି ୧୦ ଜଣ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ହିଁ ସେମାନଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି କହିଛନ୍ତି ଏସପି ।

ଏସ ପି କହିଛନ୍ତି, ୩ ଜଣଙ୍କୁ ପୁରୀ ହସ୍ପିଟାଲକୁ ପଠାଯାଇଛି । ଅନ୍ୟମାନେ ସୁସ୍ଥ ଅଛନ୍ତି । ତେବେ ଏହି ଭିଡ ନିୟନ୍ତ୍ରଣ ପାଇଁ ଏସପି ଭକ୍ତଙ୍କ ସହଯୋଗ କାମନା କରିଛନ୍ତି ।