fbpx

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟରେ ୧୦୦ଟି ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିବା ସହିତ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏଥିସହିତ ସଫଳ କ୍ରୀଡ଼ାବିତଙ୍କ ପାଇଁ ପ୍ରୋତ୍ସାହନ ରାଶି ମଧ୍ୟ ଘୋଷଣା କରୁଛନ୍ତି । ନିକଟରେ ୧୯ତମ ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ ଥ୍ରୋ’ରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଫଳରେ ଓଡ଼ିଶାରେ ଦୁଇଥର ପୁରୁଷ ହକି ବିଶ୍ୱକପ ସଫଳତାର ସହିତ ଆୟୋଜିତ ହୋଇଥିଲା ।

ତେବେ ଏହା ମଧ୍ୟରେ ଚେସର ବିକାଶ ପାଇଁ ରାଜ୍ୟ ସରକାର ଅନ୍ତର୍ଜାତୀୟ ଚେସ ମହାସଂଘ (ଫିଡେ)ର ପରିଚାଳନା ବୋର୍ଡର ଉପାଧ୍ୟକ୍ଷା ତଥା ମହିଳା ଗ୍ରାଣ୍ଡମାଷ୍ଟର ଦାନା ରେଇଜନାଇସ ଓଜୋଲାଙ୍କ ସହିତ ଆଲୋଚନା କରିଛନ୍ତି । ଚେସର ବିକାଶ ଓ ଯୁବ ପ୍ରତିଭାଙ୍କୁ ଅନୁପ୍ରାଣୀ କରିବା ନେଇ ଆଲୋଚନା ହୋଇଥିଲା । ଯୁବ ଚେସ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହିତ କରି ଓ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ଦେବା ନେଇ ନିଷ୍ପତ୍ତି ହୋଇଛି ।

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ସାରା ରାଜ୍ୟରେ ୧୦୦ଟି ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ନେଇ ଯୋଜନା ଚାଲିଛି । ଫିଡେ ସହ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଓଡ଼ିଶା ସରକାର ଆଗ୍ରହୀ ଅଛନ୍ତି । ଚେସକୁ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ କରିବ ରାଜ୍ୟସ୍ତରୀୟ ଚେସ ଏକାଡେମୀ ‘ପ୍ରୋ-ଚେସ-ଟା’ର ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ଓଜୋଲା କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ପରିଦର୍ଶନ କରିଥିଲେ ।

Get real time updates directly on you device, subscribe now.