fbpx

୧୦୦ ମିଟର ଲମ୍ବା, ରଙ୍ଗ କଳା… ଗଙ୍ଗାନଦୀରେ ଏ କି ଜିନିଷ? ପ୍ରୟାଗରାଜରେ ଭାସୁଛି ଅଦ୍ଭୁତ ପଦାର୍ଥ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଆସନ୍ତାବର୍ଷ ଅନୁଷ୍ଠିତ ହେବ ପବିତ୍ର ମହାକୁମ୍ଭ ଯାତ୍ରା । ଏଥିପାଇଁ ସାରା ଅଞ୍ଚଳରେ ପ୍ରସ୍ତୁତି ପର୍ବ ଚାଲିଛି । ସୁରକ୍ଷା ଏବଂ ସୁବିଧା ଯୋଗାଇଦେବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଏହାମଧ୍ୟରେ ଗଙ୍ଗାନଦୀରେ ଏକ ଅଦ୍ଭୁତ ଜିନିଷ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଛି । ଏହାର ଲମ୍ବ ପ୍ରାୟ ୧୦୦ ମିଟର ହୋଇଥିବା ବେଳେ କଳା ରଙ୍ଗର ଏହି ଜିନିଷ କ’ଣ ବୋଲି ସବୁଆଡ଼େ ପ୍ରଶ୍ନ ଉଠିଛି । ତେବେ ଏହାକୁ ଗଙ୍ଗା ମାତାଙ୍କ Cask Bridge ବୋଲି କିଛି ଲୋକ କହିଛନ୍ତି । ଏହାକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି ।

ସୂଚନା ଅପୁସାରେ, ପ୍ରୟାଗରାଜର ଦାରାଗଞ୍ଜ ଘାଟସ୍ଥିତ ଗଙ୍ଗା ନଦୀରେ ପ୍ରାୟ ୧୦୦ ମିଟର ଲମ୍ବା କଳା ରଙ୍ଗର ୩ଟି ଅଜବ ଜିନିଷ ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ମହାକୁମ୍ଭ ପୂର୍ବରୁ ପ୍ରୟାଗରାଜରେ ନବନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ଏହା ନିର୍ମାଣ କରାଯାଇଛି । ନଦୀର ପ୍ରବାହ ରୋକିବା ପାଇଁ କିମ୍ବା ଏହାମଧ୍ୟରେ ଏକ ରାସ୍ତା ନିର୍ମାଣ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ । ଜିଓ ବ୍ଲାକ କରିବା ସମୟରେ ଏକ କଳା ମଜବୁତ ପଲିଥିନ ଭଳି ଦେଖା ଯାଉଥିବା କାନଭାସରେ ବାଲି ଭରି ଏହାକୁ ଏକ ବ୍ରିଜ ପରି ଗଙ୍ଗା ନଦୀରେ ପକାଇ ଦିଆଯାଏ । ଏହାର ଓଜନ ଖୁବ ଅଧିକ ହୋଇଥାଏ, ତେଣୁ ଏହାକୁ ମେସିନ୍ ସାହାଯ୍ୟରେ ପକାଇବାକୁ ପଡ଼େ । ଏହାଦ୍ୱାରା ନଦୀର ପ୍ରବାହ ଏବଂ ଧାରା ପରିବର୍ତ୍ତନ ହୋଇଥାଏ ।

ଆସନ୍ତାବର୍ଷ ପ୍ରୟାଗରାଜରେ ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଗଙ୍ଗାନଦୀରେ ଫାଫାମଉ ସଭିିଲ ଲାଇନ୍ ପୁଲ ସମେତ ଲଗାତାର ପ୍ରମୁଖ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେହିପରି ବନାରସ ପ୍ରୟାଗରାଜ ରେଳମାର୍ଗକୁ ଯୋଡ଼ିବା ପାଇଁ ଓଭରବ୍ରିଜ ମଧ୍ୟ ନିର୍ମାଣ କରାଯାଉଛି । ତେବେ ଏହି ନିର୍ମାଣକାର୍ଯ୍ୟରେ ବାଧା ସୃଷ୍ଟି ନ ହେବା ପାଇଁ ଗଙ୍ଗା ନଦୀରେ ଏହି ଜିଓ ବ୍ୟାଗ୍ ବ୍ୟବହାର କରାଯାଉଛି । ଏହାବ୍ୟତୀତ ରସୁଲାବାଦ ଘାଟରୁ ପ୍ରୟାଗରାଜ ସଙ୍ଗମ ପର୍ଯ୍ୟନ୍ତ ପ୍ରାୟ ୬.୫୦ କିଲୋମିଟର ଲମ୍ବା ରିଭର ଫ୍ରଣ୍ଟ ମଧ୍ୟ ନିର୍ମାଣ ହେଉଛି । ତେଣୁ ଗଙ୍ଗା ନଦୀରେ ଜିଓ ବ୍ୟାଗ୍ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.