fbpx

ଖୁସି ଖବର: ଓଡ଼ିଶାରୁ ଆଜି ୧୦ ହଜାର ୪୦୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

Advertisement

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ ଲକ୍ଷ ୮୦ ହଜାର ୯୩୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୪୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୫୪, ଅନୁଗୁଳରୁ ୯୦୮, ସୁନ୍ଦରଗଡରୁ ୭୦୫, ମୟୂରଭଞ୍ଜରୁ ୫୬୪, ଯାଜପୁରରୁ ୪୯୫, ଭଦ୍ରକରୁ ୪୮୨, ପୁରୀରୁ ୪୭୨, ସମ୍ବଲପୁରରୁ ୩୫୪, ବରଗଡରୁ ୩୩୧, ଜଗତସିଂହପୁରରୁ ୩୦୯, କେନ୍ଦ୍ରାପଡାରୁ ୩୦୫, ବଲାଙ୍ଗୀରିରୁ ୨୭୪, ନବରଙ୍ଗପୁରରୁ ୨୫୫, କୋରାପୁଟରୁ ୨୫୧, ଗଞ୍ଜାମରୁ ୨୪୨, ବୌଦ୍ଧରୁ ୨୦୦, ନୟାଗଡରୁ ୧୯୦, ଝାରସୁଗୁଡାରୁ ୧୮୬, ବାଲେଶ୍ବରରୁ ୧୮୧, ରାୟଗଡାରୁ ୧୭୨, ଢେଙ୍କାନାଳରୁ ୧୫୫, କେନ୍ଦୁଝରରୁ ୧୪୯, ସୋନପୁରରୁ ୧୨୩, ଦେବଗଡରୁ ୧୦୬, ମାଲକାନଗିରିରୁ ୧୦୨, କନ୍ଧମାଳରୁ ୮୨, ଗଜପତିରୁ ୬୮, ନୂଆପଡାରୁ ୫୧, କଳାହାଣ୍ଡିରୁ ୩୬ ଏବଂ ଷ୍ଟେଟ ପୁଲରୁ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.