ଆମେରିକାରୁ ଭାରତ ଆସିଲେ ୧୧୨ ଅବୈଧ ପ୍ରବାସୀ ଭାରତୀୟ

ୱାଶିଂଟନ/ନୂଆଦିଲ୍ଲୀ,୧୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶନିବାର ଦ୍ୱିତୀୟ ପର୍ଯ୍ୟାୟରେ ୧୧୯ ଭାରତୀୟ ନାଗରିକଙ୍କୁ ନିର୍ବାସିତ କରାଯିବାର ଗୋଟିଏ ଦିନ ପରେ ରବିବାର ରାତି ୧୦ଟାରେ ୧୧୨ ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ତୃତୀୟ ଆମେରିକୀୟ ସାମରିକ ବିମାନ ଅମୃତସର ବିମାନବନ୍ଦରରେ ପହଞ୍ଚିଛି ।

US Aircraft carrying the third batch of illegal Indian immigrants lands in Amritsar अमेरिका से भारतीयों को लेकर तीसरा विमान उतरा अमृतसर एयरपोर्ट, 112 लोग हैं सवार

ନିର୍ବାସିତଙ୍କ ତୃତୀୟ ପର୍ଯ୍ୟାୟରେ ପଞ୍ଜାବର ୩୧ ଜଣ, ହରିୟାଣାର ୪୪ ଜଣ, ଗୁଜରାଟର ୩୩ ଜଣ, ହିମାଚଳ ପ୍ରଦେଶର ଜଣେ , ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର୨ ଜଣ ଲେଖାଏ ଆସି ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି। ଅନୁସନ୍ଧାନ ପରେ ପୋଲିସ ଗାଡିରେ ନିଜ ଘରକୁ ନିଆଯାଇଥିଲା। ରାଜ୍ୟରୁ ନିର୍ବାସିତ ଲୋକଙ୍କ ପାଇଁ ପରିବହନ ପାଇଁ ହରିୟାଣା ସରକାର ମଧ୍ୟ ବ୍ୟବସ୍ଥା କରିଥିଲେ।