ନୂଆ ମୋଟର ଯାନ ଆଇନକୁ ଉଲ୍ଲଙ୍ଘନ କରିବାକୁ ଜଣେ ଯୁବକଙ୍କୁ ମୋଟା ଅଙ୍କର ଜୋରିମାନା ଭରିବାକୁ ପଡିଛି । ଭୋପାଳର ରାୟଗଡ ଜିଲ୍ଲାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଜଣେ ବ୍ୟକ୍ତିଙ୍କ ଉପରେ ଅଧିକ ଜୋରିମାନା ଲାଗିଛି । ଛତିଶଗଡର ସଂଶୋଧିତ ମୋଟନ ଯାନ ଆଇନ ୨୦୧୯ ଅନ୍ତର୍ଗତ କୌଣସି ବାଇକରୁ ଜବତ ହୋଇଥିବା ଜୋରିମାନା ମଧ୍ୟରେ ଏହା ସବୁଠାରୁ ଅଧିକ ।
ତେବେ ଆଇନ ଉଲଂଘନ କରିଥିବା ବ୍ୟକ୍ତିଙ୍କର ନାଁ ହେଉଛି ପ୍ରକାଶ ବଞ୍ଜାରା । ସେ ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାର ଅମରପୁର ଗାଁର ବାସିନ୍ଦା । ସେହି ବ୍ୟକ୍ତିଜଣକ ଦ୍ୱିପହରରେ ପାଣିଧରୁଥିବା ଡ୍ରମ୍ ବିକୁଥିବା ବେଳେ ରାୟଗଡ ସହରର ଡିଆଇବି ଛକ ନିକଟରେ ଡ୍ୟୁଟି କରୁଥିବା ଟ୍ରାଫିକ୍ ପୋଲିସ ତାଙ୍କ କାଗତପତ୍ର ଯାଞ୍ଚ କରିବାକୁ ଅଟକାଇଥିଲା ।
ପରିବହନ ଦ୍ୱାରା କଟାଯାଇଥିବା ଚାଲାଣ ଅନୁସାରେ, ପ୍ରକାଶ ବିନା ହେଲମେଟରେ ଗାଡି ଚଳାଉଥିଲେ ଓ ତାଙ୍କ ଗାଡିର ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ଆସିନଥିଲା । ସେ ମଧ୍ୟ ପ୍ରଦେଶରୁ ଏହ ଦୁଇ ଚକିଆ ବାହାନ କିଣିବା ପରେ ପାଣି ଡ୍ରମ୍ ବିକ୍ରି କରିବାକୁ ରେଜିଷ୍ଟ୍ରେସନ୍ ନକରି ରାୟଗଡ ନେଇଯାଇଥିଲେ ।
ତେବେ ରେଜିଷ୍ଟ୍ରେସନ୍ ନମ୍ବର, ବୀମା କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇବା ଓ ହେଲମେଟ୍ ନପିନ୍ଧିବାର ଅଭିଯୋଗରେ ପରିବହନ ବିଭାଗ ତାଙ୍କ ଉପରେ ୧,୧୩୦୦୦ ଟଙ୍କାର ଜୋରିମାନା ଲଗାଇଥିଲେ । ୧୦୦ ଟଙ୍କା ହେଲମେଟ୍ ନପିନ୍ଧିବା ପାଇଁ, ୨୦୦୦ ଟଙ୍କା ଗାଡିର ବୀମା ନକରିବା, ୫୦୦ ଟଙ୍କା ରେଜିଷ୍ଟ୍ରେସନ୍ ନକରିବା ଓ ୫୦୦ ଟଙ୍କା ଡ୍ରାଇଭିଂ ଲାଇସେନ୍ସ ନକରିବା ପାଇଁ ନିଆଯାଇଥିଲା ।