ହୁକା ବାରକୁ ଯାଇ ଇଜ୍ଜତ ହରେଇଲେ +୨ ଛାତ୍ରୀ, ୭ ଦିନରେ ୨୩ ଜଣ କଲେ ସଂଭୋଗ
୭ ଦିନରେ ୨୩ ଜଣ ଛାତ୍ରୀଙ୍କୁ କଲେ ବଳାତ୍କାର । ନିଶା ଦେଇ ଏପରି କରିଥିବା ଜଣାପଡ଼ିଛି ।
ବାରାଣାସୀ: ଉତ୍ତର ପ୍ରଦେଶ ବାରାଣାସୀରୁ ଏକ ଲୋକଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । +୨ ଛାତ୍ରୀଙ୍କୁ ଏକାସଙ୍ଗରେ ୨୩ ଜଣ କରିଛନ୍ତି ବଳାତ୍କାର ।
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । କଲେଜ ଛାତ୍ରୀଙ୍କୁ ମାର୍ଚ୍ଚ ୨୯ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ କରିଥିଲେ ରେପ୍ ।
ଅଭିଯୁକ୍ତ ମଧ୍ୟରୁ ୧୧ ଜଣଙ୍କ ଚିହ୍ନଟ ହୋଇ ନ ଥିବାବେଳେ ୬ ଜଣଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଛି । ୨୯ ତାରିଖ ଦିନ ଛାତ୍ରୀ କିଛି ସାଙ୍ଗମାନଙ୍କ ସହ ହୁକା ବାର୍ ଯାଇଥିଲେ । ଯେଉଁଠାରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ପୋଲିସ କହିଛି ।
ସ୍ପୋର୍ଟ୍ସ କୋର୍ସ କରିବା ପାଇଁ ଛାତ୍ରୀ ଜଣକ ପ୍ରତିଦିନ ପ୍ରାକ୍ଟିସ କରନ୍ତି । ଯେଉଁଥି ପାଇଁ ତାଙ୍କୁ ପ୍ରତିଦିନ ୟୁପି କଲେଜ ଦୌଡ଼ିବାକୁ ଯିବାକୁ ପଡ଼େ । ମାର୍ଚ୍ଚ ୨୯ ତାରିଖ ଦିନ କିଛି ସାଙ୍ଗଙ୍କ ସହ ମିଶି ସେ ହୁକା ବାର୍ ଯାଇଥିଲେ ।
ସେଠାରେ ଛାତ୍ରୀଙ୍କୁ ନିଶାଯୁକ୍ତ କୋଲ୍ଡ ଡ୍ରିଙ୍କ ଦିଆଯାଇଥିଲା । ଏହାପରେ ତାଙ୍କୁ କିଛି ଜଣ ଅନ୍ୟ ଏକ ହୋଟେଲ ନେଇଯାଇଥିଲେ, ଯାହା ସିଗ୍ରାରେ ଅବସ୍ଥିତ । ସେଠାରେ ଅନ୍ୟ ପୁରୁଷମାନେ ମଧ୍ୟ ସାମିଲ ହୋଇଥିଲେ ।
ଛାତ୍ରୀଙ୍କୁ ଗଣବଳାକ୍ରାର କରିଥିବାଙ୍କ ମଧ୍ୟରେ କିଛିଜଣ ତାଙ୍କ କ୍ଲାସ ମେଟ୍ ବୋଲି ଜଣାପଡ଼ିଛି । ଘରକୁ ନ ଫେରିବା ପରେ ୪ ତାରିଖରେ ଛାତ୍ରୀଙ୍କ ଘର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ସେହିଦିନ ହିଁ ଛାତ୍ରୀ ଜଣଙ୍କ ଘରକୁ ଫେରିଆସିଥିଲେ ।
ଏହାପରେ ୬ ତାରିଖ ଦିନ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଗଣବଳାକ୍ରାର ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବା ସହ ମାମଲାର ତଦନ୍ତ ଆରମ୍ଭ ହୋଇଛି ।