fbpx

ଚାଷୀଙ୍କ ପାଇଁ ଖୁସିଖବର! ଦୀପାବଳି ପୂର୍ବରୁ ଖାତାକୁ ଆସିବ ପିଏମ୍ କିଷାନ ନିଧିର ଦ୍ୱାଦଶ କିସ୍ତି; ଜାଣନ୍ତୁ ତାରିଖ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଚାଷୀଙ୍କୁ ବଡ଼ ଖୁସିଖବର ମିଳିପାରେ । କେନ୍ଦ୍ର ସରକାର କିଷାନ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତି ପ୍ରଦାନ କରିପାରନ୍ତି। ସୂଚନା ଅନୁସାରେ ଅକ୍ଟୋବର ୧୭ରେ କିସାନ ସମ୍ମାନ ନିଧି ଦ୍ୱାଦଶ କିସ୍ତି ରିଲିଜ ହେବ। ଦେଶର ପ୍ରାୟ ୧୨ କୋଟି କୃଷକ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ସହିତ ଜଡିତ ଅଛନ୍ତି। ଏହି ଯୋଜନା ଅନୁଯାୟୀ, ବାର୍ଷିକ ତିନି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ମୋଟ ୬ହଜାର ଟଙ୍କା ଟ୍ରାନ୍ସଫର କରାଯାଏ। ଏପର୍ଯ୍ୟନ୍ତ ସରକାର ଚାଷୀଙ୍କୁ ୧୧ତମ କିସ୍ତି ବଣ୍ଟନ କରିଛନ୍ତି।

ତେବେ କିସ୍ତିଗୁଡ଼ିକର ଅନଲାଇନ୍ କିମ୍ବା କୌଣସି କାରଣରୁ ସେମାନଙ୍କ ପାଖରେ ପହଞ୍ଚୁନାହିଁ ବୋଲି କୃଷକମାନେ ଅଭିଯୋଗ କରିଛନ୍ତି । ଏହି ପରିମାଣ ସେମାନଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବାକୁ, ଚାଷୀଙ୍କୁ ଇ- KYC ପୂରଣ କରିବାକୁ ପଡିବ। କିସ୍ତିଗୁଡିକ କୃଷକଙ୍କ ଆଧାର ସହିତ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଛି।

ରେଜିଷ୍ଟ୍ରେସନ୍ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ :-

୧. ବ୍ୟାଙ୍କ ଆକାଉଣ୍ଟ ନମ୍ବର ରହିବା ବାଧ୍ୟତାମୂଳକ କାରଣ ସରକାର ଡିପିଟି ମାଧ୍ୟମରେ ଚାଷୀଙ୍କୁ ଟଙ୍କା ଟ୍ରାନ୍ସଫର କରନ୍ତି ।
୨. ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ଆବଶ୍ୟକ ।
୩. ଆଧାର କାର୍ଡ ରହିବା ବାଧ୍ୟତାମୂଳକ । ଏହା ବିନା ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ସମର୍ଥ ହେବେ ନାହିଁ ।
୪. ପିଏମ କିଷାନର ୱେବସାଇଟ୍ pmkisan.gov.inରେ ଆପଣଙ୍କର ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
୫. ଆଧାରକୁ ଲିଙ୍କ୍ କରିବା ପାଇଁ ଆପଣ ‘Farmer Corner’ର ବିକଳ୍ପକୁ ଯାଆନ୍ତୁ ଏବଂ Edit Aadhaar Detail ଅପସନ୍ ଉପରେ କ୍ଲିକ୍ କରି ଅପଡେଟ୍ କରନ୍ତୁ ।

 

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.