ଯାଜପୁର ଡାଇରିଆ ଆତଙ୍କ, ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ 14 ଜଣିଆ କେନ୍ଦ୍ରୀୟ ଟିମ୍
ଯାଜପୁର ଜିଲ୍ଲାରେ ହଇଜା ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ସମୀକ୍ଷା କରୁଛନ୍ତି 14 ଜଣିଆ କେନ୍ଦ୍ରୀୟ ଟିମ୍ ।
ଯାଜପୁର: ଜିଲ୍ଲାରେ ହଇଜା ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ସମୀକ୍ଷା କରୁଛନ୍ତି 14 ଜଣିଆ କେନ୍ଦ୍ରୀୟ ଟିମ୍ । ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଜିଲ୍ଲା ପ୍ରଶାସନ ସହ ଟିମ କରୁଛି ଆଲୋଚନା। ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ଚାଲିଛି ।
ପ୍ରକାଶଥାଉକି, ଯାଜପୁର ଝାଡ଼ାବାନ୍ତି ଆକ୍ରାନ୍ତରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଝାଡାବାନ୍ତି ଯୋଗୁଁ ଯାଜପୁର ଜିଲ୍ଲାରେ ମୋଟ 14 ଜଣ ପ୍ରାଣ ହରାଇଥିବା ବେଳେ 500ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ସ୍ଥିତି କିଭଳି ନିୟନ୍ତ୍ରଣ ହେବ ସେ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।
ଅନ୍ୟପଟେ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଯାଜପୁରରେ ପହଞ୍ଚିଛନ୍ତି 14 ଜଣିଆ ଟିମ୍ । କେନ୍ଦ୍ରୀୟ ଟିମ୍ ରେ ଅଛନ୍ତି ICMR, NCDC, WHO, ଖାଦ୍ୟ ନିରାପତ୍ତା ସଦସ୍ୟ। ପ୍ରଥମେ ଯାଜପୁରରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଏବେ ତାହା କେନ୍ଦୁଝର, ଭଦ୍ରକ, ଖୋର୍ଦ୍ଧା, କଟକ ଓ ବରଗଡ଼, ବାଙ୍କୀରେ ବ୍ୟାପିଥିବା ଜଣାପଡ଼ିଛି ।