ଖରାରେ ଯବାନ ହେଲେ ଡହଳ ବିକଳ, ଏକକାଳୀନ ୧୫ ଯବାନ ଅସୁସ୍ଥ

ରାୟପୁର:ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ଚାଲିଥିବାବେଳେ ଅସୁସ୍ଥ ହେଲେ ଯବାନ । ଛତିଶଗଡ଼ ବିଜାପୁରରେ ସର୍ଚ୍ଚ ଅପରେଶନ୍ ଆଜି ୪ର୍ଥ ଦିନରେ ପହଞ୍ଚିଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଏକକାଳୀନ ୧୫ ଯବାନ ଅସୁସ୍ଥ ହୋଇପଡ଼ିଥିବା ସୂଚନା । ଅସୁସ୍ଥ ଯବାନଙ୍କୁ ତେଲଙ୍ଗାନା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମାଓନେତା ହିଡମାକୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେଶନ୍ ଆରମ୍ଭ ହୋଇଛି । ଗତକାଲି ସର୍ଚ୍ଚ ଅପରେଶନ ବେଳେ ୫ ମାସବାଦୀ ନିହତ ହୋଇଥିବାବେଳେ ୨ ଯବାନ ଆହତ ହୋଇଥିଲେ ।