CHARIDHAM

ଗର୍ଭାଶୟରୁ ବାହାରିଲା ୧୭ କେଜିର ଟ୍ୟୁମର, କୋରାପୁଟ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର

ଓଡ଼ିଶା ଭାସ୍କର: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ(ଏସଏଲଏନ) ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଅସ୍ତ୍ରୋପଚାର ଦ୍ୱାରା ଜଣେ ମହିଳାଙ୍କ ଗର୍ଭାଶୟରୁ ୧୭ କେଲୋ ୨୭୦ ଗ୍ରାମ୍ ଓଜନର ଟ୍ୟୁମର ବାହାର କରାଯାଇଥିବା ଦେଖିବାକୁ ମିଳିଛି। ଗତ ଦୁଇ ଦିନ ତଳେ ଏହି ସଫଳ ଅସ୍ତ୍ରୋପଚାର ହୋଇଛି।

ସୂଚନା ଅନୁଯାୟୀ, ଜଣେ ମହିଳା ଅନେକ ସମୟ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହା ପରେ ସେ କୋରାପୁଟ (ଏସଏଲଏନ) ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖା କରି ସମସ୍ୟା ବିଷୟରେ ଜଣାଇଥିଲେ। ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ମହିଳା ଜଣକ ବିଭିନ୍ନ ପରୀକ୍ଷା କରାଇଥିଲେ। ଶେଷରେ ସମସ୍ତ ପ୍ରକାରର ରିପୋର୍ଟକୁ ଅନୁଧ୍ୟାନ କରି ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରେଇବାକୁ କହିଥିଲେ। ତେବେ ମହିଳା ଜଣଙ୍କ ସେଠାରେ ନିଜର ଅସ୍ତ୍ରୋପଚାର କରାଇଥିଲେ। ଯେଉଁଥିରେ ତାଙ୍କ ଗର୍ଭାଶୟରୁ ୧୭ କେଲୋ ୨୭୦ ଗ୍ରାମ୍ ଓଜନର ଟ୍ୟୁମର ବାହାର କରାଯାଇଥିଲା। ତେବେ ଏହି ବିରଳ ଅସ୍ତ୍ରୋପଚାର କରେଇବାରେ ସଫଳ ହୋଇଛି କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲ। ଯାହାକୁ ନେଇ ମେଡ଼ିକାଲ କତ୍ତୃପକ୍ଷ ଓ ଡାକ୍ତରଙ୍କୁ ସବୁଠି ପ୍ରଶଂସା କରାଯାଉଛି।

ଏଠାରେ କହି ରଖୁ ଯେ, ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଉତ୍କଳ ରଂଜନ ନାୟକ, ଗୋପାଳ ନାୟକ ଓ ଅନ୍ୟମାନଙ୍କୁ ନେଇ ଏକ ଟିମ୍ ଗଠିତ ହୋଇଥିଲା। ଏହି ଟିମ୍ ଉକ୍ତ ମହିଳାଙ୍କ ସମସ୍ତ ପରୀକ୍ଷାନିରୀକ୍ଷା ଓ ଅସ୍ତ୍ରୋପଚାର କରାଇ ସେହି ବଡ଼ ଟ୍ୟୁମରକୁ ବାହାର କରିଥିଲେ। ଏନେଇ ହସ୍ପିଟାଲ ଅଧିକ୍ଷକ ପ୍ରଫେସର ଡ଼ା. ସୁଶାନ୍ତ କୁମାର ସାହୁ ସୂଚନା ଦେବା ସହ ଡାକ୍ତରୀ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।