fbpx

ବାରମୂଳାରୁ ୧୮ କୋଟିର ହେରୋଇନ ସହ କାର ଜବତ, ୨ ଗିରଫ

ଶ୍ରୀନଗର : କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ଯଦିଓ ଆତଙ୍କବାଦୀ କାର୍ଯ୍ୟକଳାପରେ କିଛିଟା ରୋକ୍‌ ଲାଗିଛି ତେବେ ଉକ୍ରଟ ନିଶା କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଶ୍ରୀନଗର ପୋଲିସ ବାରମୂଳା ଜିଲ୍ଲାରୁ ୧୮ କୋଟି ଟଙ୍କାର ହେରୋଇନ ଏକ କାରରୁ ଜବତ କରିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇ ପଚରା ଉଚୁରା ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀନଗର ପୋଲିସ ଦାଚିରୁ ବାସଗ୍ରାନ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ୨ଟି ଗାଡ଼ି ସନ୍ଦେହଜନକ ଅବସ୍ଥାରେ ଯାଉଥିବାର ଦେଖି ଅଟକାଇଥିଲେ । କିନ୍ତୁ ସେମାନେ ଅଟକିନଥିଲେ । ଫଳରେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ପିଛା କରି ଧରିବାରେ ସଫଳ ହୋଇଥିଲେ । କାରଗୁଡ଼ିକୁ ଯାଞ୍ଚ ପରେ ସେଥିରୁ ୧୮ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯିବା ସହ ବିୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମହମ୍ମଦ ସବିର ଓ ପରଭେଜ ଅହମ୍ମଦ । ଉଭୟଙ୍କୁ ଗିରଫ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.