ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି: ଆସନ୍ତା କାଲି ବସିବ ବୈଠକ
ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତିକୁ ନେଇ ମଙ୍ଗଳବାର ବସିବ ବୈଠକ
ଭୁବନେଶ୍ୱର: ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ବୈଠକ ବସିବ। ଦିନ ୧୦ଟାରେ ମୁଖ୍ୟ ଶାସନ ସଚିବ ଏହାର ସମୀକ୍ଷା କରିବେ। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ସିଏଚଏସଇ ଅଧ୍ୟକ୍ଷ ଚିଠି ଲେଖିଛନ୍ତି।
ଫେବୃଆରୀ ୧୭ ତାରିଖରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ହେବ। ଏଥିସହ ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା।
ଆସନ୍ତା ଫେବୃଆରୀ ମାସ ୧୮ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଓ ପୂର୍ବ ନିୟମିତ (ଏକ୍ସ-ରେଗୁଲାର) ଥିଓରୀ ପରୀକ୍ଷା ଆରମ୍ଭ ହେବ ବୋଲି ଜଣା ପଡିଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସିଏଚଏସଇ ଅଧ୍ଯକ୍ଷ ।
ଆସନ୍ତାକାଲି ପରୀକ୍ଷା ସମୀକ୍ଷା କରିବେ ମୁଖ୍ଯ ସଚିବ । ଆସନ୍ତାକାଲି ସକାଳ ୧୦ ଟାରୁ ଏହା ଆରମ୍ଭ ହେବ ବୋଲି ଜଣା ପଡିଛି ।