fbpx

ବର୍ଷରେ ହେବ ୨ଟି IPL! ଖେଳାଯିବ ୯୪ଟି ମ୍ୟାଚ: ଜାଣନ୍ତୁ ନୂଆ ପ୍ଲାନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ଶେଷ ହୋଇ ସାରିଛି । ତେବେ ଏହି ଲିଗକୁ ନେଇ ଲୋକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । କେବଳ ଭାରତ ନୁହେଁ, ସାରା ବିଶ୍ୱରେ IPLକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ଏହାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଯାହାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ।

IPL କୁ ନେଇ ଲୋକଙ୍କ କ୍ରେଜ ଏବେ ଆହୁରି ବଢିବାରେ ଲଗିଛି । ଯାହାକୁ ଦେଖି ଆକାଶ କହିଛନ୍ତି ଯେ, ଆଗକୁ ପ୍ରତିବର୍ଷ ଗୋଟିଏ ନୁହେଁ ୨ଟି ଲେଖାଏଁ IPL ଖେଳାଯିବ । ଗତ କିଛି ବର୍ଷରେ ଅନେକ ପରିବର୍ତ୍ତନ କରିଛି ଏହି ଟୁର୍ଣ୍ଣାମେଣ୍ଟ । ତେଣୁ ଆଗକୁ ଏହା ଆହୁରି ବଡ ହେବ ବୋଲି ଏହାହ ଇସାରା କରୁଛି । ତେବେ ଏମିତି ହେବା ପାଇଁ ୫ ବର୍ଷ ସମୟ ଲାଗିପାରେ ବୋଲି ମଧ୍ୟ ସେ କହିଛନ୍ତି । ତେବେ ଏହା ହେବା ନିଶ୍ଚିତ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି ।

ଚଳିତ ସିଜନରେ ପ୍ରଥମ କରି ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ ଭାଗ ନେଇଥିଲେ । ତେବେ ବର୍ଷକୁ ୨ଟି IPL ଟୁର୍ଣ୍ଣାମେଣ୍ଟ ହେଲେ, ମ୍ୟାଚ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇବ । ଏହି ପରିସ୍ଥିତିରେ ୯୪ ମ୍ୟାଚ ବିଶିଷ୍ଟ ଏକ ବଡ IPL ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ କରାଯାଇପାରେ । ଏହାସହିତ ଏକ ଛୋଟ IPL ମଧ୍ୟ ହେବ ଯେଉଁଥିରେ ପ୍ରତ୍ୟେକ ଦଳ ପରସ୍ପର ସହିତ ଗୋଟିଏ ଲେଖାଏଁ ମ୍ୟାଚ ଖେଳିପାରିବେ ।

Get real time updates directly on you device, subscribe now.