ଆମ୍ବ ଗଛରେ ଝୁଲିଛି 2 ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ, 2 ଦିନ ହେବ ରହିଥିଲେ ନିଖୋଜ
ସପ୍ତମ ଶ୍ରେଣୀର ୨ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ମାଲକାନଗିରିରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା ।
ଭୁବନେଶ୍ବର: 2 ଦିନ ହେବ ନିଖୋଜ ପରେ ଆଜି ମିଳିଲା ମୃତଦେହ । ଝୁଲନ୍ତା ଅବସ୍ଥାରେ ମିଳିଲା 2 ଜଣ ସପ୍ତମ ଶ୍ରେଣୀ ଛାତ୍ରୀଙ୍କର ମୃତଦେହ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା ।
ମୃତ ଦୁଇ ଛାତ୍ରୀ ହେଲେ ଏମ୍ଭି୭୨ ପ୍ରାଥମିକ ନୋଡାଲ ବିଦୟାଳୟର ଦୁଇ ଛାତ୍ରୀ ମନ୍ଦିରା ଶୋଡ଼ି ଏବଂ ଜ୍ୟୋତି ହାଲଦାର୍ । ଉଭୟଙ୍କର ବୟସ 12 ବୋଲି ଜଣାପଡିଛି ।
2 ଦିନ ହେବ ନିଖୋଜ ଥିଲେ- ମିଳିଥିବା ଖବର ଅନୁସାରେ, ଗୁରୁବାର ଅପରାହ୍ନରୁ ମନ୍ଦିରା ଶୋଡ଼ି ଓ ଜ୍ୟୋତି ହାଲଦାର ନିଖୋଜ ଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା ।
ଏହାପରେ ଶୁକ୍ରବାର କାଲିମେଳା ଥାନାରେ ଉଭୟ ପରିବାର ଅଭିଯୋଗ କରିଥିଲେ । ପରେ ଏମ୍ଭି୭୯ ପୁଲିସ୍ ଏମ୍ଭି୭୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦୟାଳୟକୁ ଯାଇ ତଦନ୍ତ କରିଥିଲା ।
ଆଜି ସକାଳେ ବିଲିଗୁଡା ପାହାଡ଼ ନିକଟସ୍ଥ ଜଙ୍ଗଲରେ ଉଭୟଙ୍କର ମୃତଦେହ ମିଳିଥିଲା । ଆମ୍ବଗଛରେ ଦୁହେଁ ଓଢଣୀରେ ଝୁଲିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।