fbpx

ଆସନ୍ତାକାଲି ବାହାରିବ +୨ ରେଜଲ୍ଟ, ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

Advertisement

ଭୁବେନଶ୍ୱର(ଓଡ଼ିଶା ଭାସ୍କର): ବୁଧବାର ପ୍ରକାଶ ପାଇବ ଚଳିତ ବର୍ଷର ଯୁକ୍ତ ଦୁଇ ରେଜଲ୍ଟ । ତେବେ ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବାବେଳେ, ସପ୍ତାହେ ପରେ +୨ କଳା ରେଜଲ୍ଟ ପ୍ରକାଶ ପାଇବ । କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଗଣମାଧ୍ୟମକୁ ରେଜଲ୍ଟ ପ୍ରକାଶ ନେଇ ସୂଚନା ଦେବା ସହ ମନ୍ତ୍ରୀ କହିଛନ୍ତି ଯେ କୋଭିଡ ପାଇଁ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇଥିଲା । କୋଭିଡ ସମୟରେ ପରୀକ୍ଷା ହେଉଥିବାରୁ କିଭଳି ଭାବରେ ସଠିକ୍ ଭାବରେ ପରୀକ୍ଷା ପରିଚାଳନା ହୋଇପାରିବ, ପରୀକ୍ଷା ଆରମ୍ଭରୁ ଖାତା ଦେଖା ପର୍ଯ୍ୟନ୍ତ କିପରି ଠିକ୍ ସମୟରେ ହୋଇପାରିବ ସେଥିପାଇଁ ସବୁ ପ୍ରୟାସ କରାଯାଇଥିଲା ଏବଂ ଜୁଲାଇ ଶେଷ ସୁଦ୍ଧା କଫଳାଫଳ ଘୋଷଣା ପାଇଁ ଲକ୍ଷ୍ୟ ରଖାଯାଇôଥଲା । ସେ ଆହୁରି କହିଛନ୍ତି ଯେ କଳା ଫଳାଫଳ ଅଗଷ୍ଟ ପ୍ରଥମ ସପ୍ତାହ ମଧ୍ୟରେ ଆସିପାରେ ।

Get real time updates directly on you device, subscribe now.