fbpx

ଆଚରଣବିଧି ଉଲ୍ଲଂଘନ ଅଭିଯୋଗ, ୨ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ବ୍ୟାସନଗର (ଭାସ୍କର ନ୍ୟୁଜ୍‌): ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ୨ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ସାଧାରଣ ପଂଚାୟତ ନିର୍ବାଚନ ୨୦୨୨ର ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଦୁଇଜଣ ଶିକ୍ଷକଙ୍କୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିଲମ୍ବିତ କରିଛନ୍ତି । ଦୁଇ ଶିକ୍ଷକ ହେଲେ ଯାଜପୁର ବରୀ ବ୍ଲକ ଗମୁ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୁମର ଚନ୍ଦ୍ର ଶୁକ୍ଳା ଓ ସେରପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନକୁଳ ଚନ୍ଦ୍ର ରାଉତ । ଏହି ଦୁଇ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Get real time updates directly on you device, subscribe now.