fbpx

ସମ୍ବୁଲପୁର-ଟିଟିଲାଗଡ଼ ରୁଟ୍‌ରେ ଚାଲିଛି ଉପମାର୍ଗ ନିର୍ମାଣ କାର୍ଯ୍ୟ, ୨ ଟ୍ରେନ୍‌ ଆଂଶିକ ବାତିଲ୍‌

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସମ୍ବୁଲପୁର-ଟିଟିଲାଗଡ଼ ରେଲୱେ ସେକ୍ସନରେ ଡୁଙ୍ଗୁରିପାଲ୍ଲି ଏବଂ ଖଲିଆପାଲ୍ଲୀ ଷ୍ଟେସନ୍‌ ମଧ୍ୟରେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ପାଇଁ ଶୁକ୍ରବାର ୨ ଯୋଡା ଟ୍ରେନ୍‌ ଆଂଶିକ ବାତିଲ୍‌ ରହିବ । ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶୁକ୍ରବାର ଦିନ ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସୁପର ଫାଷ୍ଟ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ । ସେହିପରି ୦୮୨୬୪/୦୮୨୬୩ ବିଳାସପୁର-ଟିଟିଲାଗଡ଼-ବିଳାସପୁର ସ୍ପେଶାଲ ଉଭୟ ପାର୍ଶ୍ୱରୁ ବିଳାସପୁର ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ଟିଟିଲାଗଡ ମଧ୍ୟରେ ବାତିଲ ରହିବ ।

Get real time updates directly on you device, subscribe now.