fbpx

ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ସକାଳ ୯ଟା ସୁଦ୍ଧା ୨୦% ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ଅନ୍ୟପଟେ ଜଗତସିଂହପୁର ବ୍ଲକର ପଟସରା ପଞ୍ଚାୟତ ଢୋଲବନ୍ଦର ୨ ନମ୍ବର ବୁଥରେ ଭଙ୍ଗାରୁଜା ଦେଖିବାକୁ ମିଳିଛି । ଭୋଟ୍ ବାକ୍ସ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ମତଦାନ ବନ୍ଦ ରହିଛି । ସେହିପରି ଆଜି କୋରାପୁଟ କୋଟିଆର ୧୩ୱାର୍ଡର ୧୩ଟି ବୁଥରେ ସୁରୁଖୁରୁରେ ଚାଲିଛି ମତଦାନ । ସୀମାନ୍ତ ଫାଟୁସିନେରୀ ଓ ନେରେଡି ବାଲସାରେ ନାକା ବନ୍ଦୀ କରିଛି କୋରାପୁଟ ପୋଲିସ ।

Get real time updates directly on you device, subscribe now.